ଚର୍ଚ୍ଚାରେ ବିରାମ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍‌

ରାଞ୍ଚି,୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ହେମନ୍ତ ଇସ୍ତଫା ଦେଇ ପତ୍ନୀ କଳ୍ପନା ସୋରେନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କୁହାଯାଉଥିଲା। କହିରଖୁଛୁ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ରହିଛନ୍ତି। ଲଗାତାର ଭାବେ ତାଙ୍କୁ ଇଡି ସମନ କରୁଛି। ୭ ଥର […] The post ଚର୍ଚ୍ଚାରେ ବିରାମ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍‌ appeared first on Dharitri Odia News.

ଚର୍ଚ୍ଚାରେ ବିରାମ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍‌

ରାଞ୍ଚି,୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଇସ୍ତଫା ଦେବା ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି। ବର୍ତ୍ତମାନ ସେ ଇସ୍ତଫା ଦେବେ ନାହିଁ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ହେମନ୍ତ ଇସ୍ତଫା ଦେଇ ପତ୍ନୀ କଳ୍ପନା ସୋରେନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ନେଇ କୁହାଯାଉଥିଲା।

କହିରଖୁଛୁ, ମନି ଲଣ୍ଡରିଂ ମାମଲାରେ ହେମନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ରହିଛନ୍ତି। ଲଗାତାର ଭାବେ ତାଙ୍କୁ ଇଡି ସମନ କରୁଛି। ୭ ଥର ତାଙ୍କୁ ସମନ ପଠାଯାଇଥିଲେ ହେଁ ସେ ହାଜର ହେଉନାହାନ୍ତି। ଏଣୁ ଇଡି ତାଙ୍କୁ ପଚରାଉଚରା ନଚେତ ଗିରଫ କରିପାରେ ବୋଲି କୁହାଯାଉଛି। ଏମିତିରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

The post ଚର୍ଚ୍ଚାରେ ବିରାମ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ହେମନ୍ତ ସୋରେନ୍‌ appeared first on Dharitri Odia News.