ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଏମ୍‌ପି ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨ଟି ପଞ୍ଚାୟତକୁ ୧ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଉଥିବା ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜୁନାଗଡ଼ ବ୍ଲକର ସନ୍ନ୍ୟାସୀ କୁଣ୍ଡାମାଲ ଓ ମାଲିଗୁଡା ପଞ୍ଚାୟତର ୧୦ଟି ପ୍ରକଳ୍ପ ପାଇଁ ଏହି ଆର୍ଥିକ ଅନୁଦାନ ଦେବାକୁ ସେ ଏକ ପତ୍ର ମାଧ୍ୟମରେ କଳାହାଣ୍ଡି ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଫିସ (ଡିପିଏମ୍‌ୟୁ)କୁ […] The post ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ appeared first on Dharitri Odia News.

ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ  ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ

ଭବାନୀପାଟଣା,୨।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଏମ୍‌ପି ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକର ୨ଟି ପଞ୍ଚାୟତକୁ ୧ କୋଟି ଟଙ୍କା ଆର୍ଥିକ ଅନୁଦାନ ଦେଉଥିବା ଘଟଣା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜୁନାଗଡ଼ ବ୍ଲକର ସନ୍ନ୍ୟାସୀ କୁଣ୍ଡାମାଲ ଓ ମାଲିଗୁଡା ପଞ୍ଚାୟତର ୧୦ଟି ପ୍ରକଳ୍ପ ପାଇଁ ଏହି ଆର୍ଥିକ ଅନୁଦାନ ଦେବାକୁ ସେ ଏକ ପତ୍ର ମାଧ୍ୟମରେ କଳାହାଣ୍ଡି ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଅଫିସ (ଡିପିଏମ୍‌ୟୁ)କୁ ଫିଜିବିଲିଟି (କାର୍ଯ୍ୟକାରିତା) ରିପୋର୍ଟ ମାଗିଛନ୍ତି। ଡିପିଏମ୍‌ୟୁ ଏହି ପତ୍ରକୁ ଜୁନାଗଡ଼ ବିଡିଓଙ୍କୁ ପ୍ରେରଣ କରି ଆସନ୍ତା ୭ଦିନ ମଧ୍ୟରେ ଏହିସବୁ ପ୍ରକଳ୍ପର କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ପତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ସମସ୍ତ ୧୦ ପ୍ରକଳ୍ପ କଂକ୍ରିଟ ରାସ୍ତା (ସିସି ରୋଡ଼) ଥିବାବେଳେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

The post ଚର୍ଚ୍ଚାରେ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ: ବିଡିଓଙ୍କୁ ରିପୋର୍ଟ ମାଗିଲା ଡିପିଏମ୍‌ୟୁ ଅଫିସ appeared first on Dharitri Odia News.