ଚର୍ଚ୍ଚାରେ ୧୬ ବୟସୀ କାମ୍ୟା କାର୍ତ୍ତିକେୟନ: ପ୍ରଥମ ଭାରତୀୟ ଭାବେ କଲେ ଏମିତି ରେକର୍ଡ
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ୧୬ ବର୍ଷୀୟା ମୁମ୍ବାଇ ଝିଅ କାମ୍ୟା କାର୍ତ୍ତିକେୟନଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ କାମ୍ୟା ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡ କରିଛନ୍ତି। ସେ ସର୍ବକନିଷ୍ଠ ଭାରତୀୟ ପର୍ବତାରୋହୀ ଭାବେ ବିଶ୍ୱର ସବୁଠାରୁ ଉଚ୍ଚା ପର୍ବତ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ନେପାଳ ସାଇଡ୍ରୁ ସେ ପର୍ବତ ଆରୋହଣ କରିଥିବା ଭାରତୀୟ ସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।ମୁମ୍ବାଇର ନାଭି ଚିଲ୍ଡ୍ରେନ୍ ସ୍କୁଲ୍ରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ୧୬ ବର୍ଷିୟା କାମ୍ୟା କାର୍ତ୍ତିକେୟନ ତାଙ୍କ ବାପା ନୌସେନା କମାଣ୍ଡର ଏସ୍ କାର୍ତ୍ତିକେୟନଙ୍କ ସହ ମିଶି ଏପ୍ରିଲ ୩ ତାରିଖରେ ମାଉଣ୍ଟ ଏଭରେଷ୍ଟ(୮,୮୪୯ ମିଟର) ଚଢ଼ିବା ଆରମ୍ଭ କରିଥିଲେ। ମେ ୨୦ ତାରିଖରେ କାମ୍ୟା ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଥିଲେ। କାମ୍ୟାଙ୍କର ଏହି ସଫଳତା ପରେ ପଶ୍ଚିମ ନୌସେନା କମାଣ୍ଡ ଏକ୍ସରେ ତାଙ୍କର ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିଶ୍ୱର ଦ୍ୱିତୀୟ ଓ ଭାରତର ପ୍ରଥମ ସର୍ବକନିଷ୍ଠ ଭାବରେ ସେ ନେପାଳ ସାଇଡ୍ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। କାମ୍ୟା ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ୬ ମହାଦ୍ୱିପରେ ସବୁଠାରୁ ଉଚ୍ଚା ଶୃଙ୍ଗ ଛଢ଼ିବାରେ ସଫଳତା ହାସଲ କରିଛନ୍ତି।କାମ୍ୟାଙ୍କ ପରବର୍ତ୍ତି ଲକ୍ଷ୍ୟ ଆସନ୍ତା ଡିସେମ୍ବର ମାସରେ ଆଣ୍ଟାର୍ଟିକାର ଥିବା ପର୍ବତଶୃଙ୍ଗ ଭିନ୍ସନ ମାସିଫ୍ ଚଢ଼ିବା।
ନୂଆଦିଲ୍ଲୀ: ସାରା ଦେଶରେ ବର୍ତ୍ତମାନ ୧୬ ବର୍ଷୀୟା ମୁମ୍ବାଇ ଝିଅ କାମ୍ୟା କାର୍ତ୍ତିକେୟନଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ କାମ୍ୟା ପ୍ରଥମ ଭାରତୀୟ ଭାବେ ଏକ ବିରଳ ରେକର୍ଡ କରିଛନ୍ତି। ସେ ସର୍ବକନିଷ୍ଠ ଭାରତୀୟ ପର୍ବତାରୋହୀ ଭାବେ ବିଶ୍ୱର ସବୁଠାରୁ ଉଚ୍ଚା ପର୍ବତ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। ନେପାଳ ସାଇଡ୍ରୁ ସେ ପର୍ବତ ଆରୋହଣ କରିଥିବା ଭାରତୀୟ ସେନା ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ମୁମ୍ବାଇର ନାଭି ଚିଲ୍ଡ୍ରେନ୍ ସ୍କୁଲ୍ରେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ୧୬ ବର୍ଷିୟା କାମ୍ୟା କାର୍ତ୍ତିକେୟନ ତାଙ୍କ ବାପା ନୌସେନା କମାଣ୍ଡର ଏସ୍ କାର୍ତ୍ତିକେୟନଙ୍କ ସହ ମିଶି ଏପ୍ରିଲ ୩ ତାରିଖରେ ମାଉଣ୍ଟ ଏଭରେଷ୍ଟ(୮,୮୪୯ ମିଟର) ଚଢ଼ିବା ଆରମ୍ଭ କରିଥିଲେ। ମେ ୨୦ ତାରିଖରେ କାମ୍ୟା ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଥିଲେ।
କାମ୍ୟାଙ୍କର ଏହି ସଫଳତା ପରେ ପଶ୍ଚିମ ନୌସେନା କମାଣ୍ଡ ଏକ୍ସରେ ତାଙ୍କର ଏକ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିଶ୍ୱର ଦ୍ୱିତୀୟ ଓ ଭାରତର ପ୍ରଥମ ସର୍ବକନିଷ୍ଠ ଭାବରେ ସେ ନେପାଳ ସାଇଡ୍ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସଫଳ ହୋଇଛନ୍ତି। କାମ୍ୟା ତାଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ୬ ମହାଦ୍ୱିପରେ ସବୁଠାରୁ ଉଚ୍ଚା ଶୃଙ୍ଗ ଛଢ଼ିବାରେ ସଫଳତା ହାସଲ କରିଛନ୍ତି।
କାମ୍ୟାଙ୍କ ପରବର୍ତ୍ତି ଲକ୍ଷ୍ୟ ଆସନ୍ତା ଡିସେମ୍ବର ମାସରେ ଆଣ୍ଟାର୍ଟିକାର ଥିବା ପର୍ବତଶୃଙ୍ଗ ଭିନ୍ସନ ମାସିଫ୍ ଚଢ଼ିବା। ଏହି ଟାର୍ଗେଟ୍ ହାସଲ୍ କରିବା ପରେ ସେ ବିଶ୍ୱର ସର୍ବକନିଷ୍ଠ ଝିଅ ଭାବେ ସେଭେନ୍ ସମ୍ମିଟ ଚ୍ୟାଲେଞ୍ଜ୍ ପୂରା କରି ରେକର୍ଡ କରିବେ।
ଏହା ପୂର୍ବରୁ ୨୦୨୦ର କାମ୍ୟା ବିଶ୍ୱର ପ୍ରଥମ ସର୍ବକନିଷ୍ଠ ନାବାଳିକା ଭାବେ ଦକ୍ଷିଣ ଆମେରିକାର ଥିବା ମାଉଣ୍ଟ ଆକୋନକାଗୁଆ ଚଢ଼ିବାରେ ସଫଳ ହୋଇଥିଲେ। କାମ୍ୟାଙ୍କର ଗୋଟିଏ ପରେ ଗୋଟିଏ ସଫଳତା ପାଇଁ ଭାରତୀୟ ନୌସେନା ପକ୍ଷରୁ ତାଙ୍କୁ ବଧେଇ ଜଣାଯାଇଛି।