ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଜୀବନ ବିକଳରେ ଓହ୍ଲାଇ ପଡିଲେ ଯାତ୍ରୀ

କଟକ ୦୩/୦୭ : ଚଳନ୍ତା ବସ୍‌ରେ ଲାଗିଲା ନିଆଁ । କଟକ ମଲା ଚଣ୍ଡୀଆ ଛକରେ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସ୍‌ର ଡିକିରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ବସ୍‌କୁ ରୋକି ଦେଇଥିଲେ । ଏହାପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀମାନେ ଜୀବନ ବିକଳରେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ । ଡିକିରେ ଥିବା ଜିନିଷ ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ବସ୍ ଡ୍ରାଇଭର ।  

ଚଳନ୍ତା ବସ୍‌ରେ ଲାଗିଲା ନିଆଁ, ଜୀବନ ବିକଳରେ ଓହ୍ଲାଇ ପଡିଲେ ଯାତ୍ରୀ

କଟକ ୦୩/୦୭ : ଚଳନ୍ତା ବସ୍‌ରେ ଲାଗିଲା ନିଆଁ । କଟକ ମଲା ଚଣ୍ଡୀଆ ଛକରେ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଜଗନ୍ନାଥ ବସ୍‌ର ଡିକିରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ବସ୍‌କୁ ରୋକି ଦେଇଥିଲେ । 

ଏହାପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀମାନେ ଜୀବନ ବିକଳରେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ । ନିଆଁ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଉପସ୍ଥିତ ବୁଦ୍ଧି ଖଟାଇ ପ୍ରଥମେ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ସଂପୂର୍ଣ୍ଣ ଆୟତ୍ତ କରିଥିଲେ । ଡିକିରେ ଥିବା ଜିନିଷ ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ବସ୍ ଡ୍ରାଇଭର ।