ଚଳିତ ଥର ଅଧିକ ହେବ ମୌସୁମୀ ବର୍ଷା
ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ହେବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଜୁନ୍ ରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍-ନିନୋ କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫% କମ କିମ୍ବା ଅଧିକ ହୋଇପାରେ। […]

ଭୁବନେଶ୍ୱର : ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ହେବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଜୁନ୍ ରୁ ସେପ୍ଟେମ୍ବର ଯାଏଁ ୧୦୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ପ୍ରାରମ୍ଭରେ ଏଲ୍-ନିନୋ କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀ ଦ୍ୱିତୀୟାର୍ଦ୍ଧରେ ଲା-ନିନା ସକ୍ରିୟ ହେବା ଆକଳନ କରାଯାଉଛି। ଏହି ମଡେଲ୍ ଅନୁଯାୟୀ ଆକଳନ ୫% କମ କିମ୍ବା ଅଧିକ ହୋଇପାରେ।
ଆକଳନ ଅନୁଯାୟୀ (ଜୁନ୍ ରୁ ସେପ୍ଟେମ୍ବର) ସମଗ୍ର ଦେଶରେ ସମୁଦାୟ ବୃଷ୍ଟିପାତ ୮୭ ସେମି ହାରାହାରି ୧୦୬ ପ୍ରତିଶତ ରହିବ। ୯୬-୧୦୪% ମଧ୍ୟରେ ବର୍ଷା ହେଲେ ଏହାକୁ ସ୍ୱାଭାବିକ ବୋଲି କୁହାଯାଏ। ମଇ ୨୦୨୪ ର ଶେଷ ସପ୍ତାହରେ ମୌସୁମୀ ବର୍ଷା ପାଇଁ ପରବର୍ତ୍ତୀ ପୂର୍ବାନୁମାନ ଜାରି କରିବ।
ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ଜାରିହୋଇଥିବା ଦୀର୍ଘ ଅବଧି ଆକଳନ ଅନୁଯାୟୀ, ୨୦୨୪ ମୌସୁମୀ ଋତୁରେ ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ର ସମ୍ଭାବନା ଥିବାବେଳେ ରାଜ୍ୟରେ ସ୍ୱାଭାବିକ କିମ୍ବା କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ କମ ବର୍ଷା ରହିବାର ସମ୍ଭାବନା ରହିଛି pic.twitter.com/14yVPTJZ5l
— Meteorological Centre, Bhubaneswar (@mcbbsr) April 15, 2024