ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ
ଭୁବନେଶ୍ୱର,୨୬।୧: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି। ଏହାସହ ଆଗାମୀ ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲାର ଘନ କୁହୁଡି ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଶୁକ୍ରବାର ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର […] The post ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ appeared first on Dharitri Odia News.
ଭୁବନେଶ୍ୱର,୨୬।୧: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି।
ଏହାସହ ଆଗାମୀ ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲା ସମେତ ଉପକୂଳ ଓଡ଼ିଶାର କିଛି ଜିଲାର ଘନ କୁହୁଡି ସମ୍ଭାବନା ରହିଛି। ଏହି ସବୁ ଅଞ୍ଚଳରେ ଶୁକ୍ରବାର ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା ୨୦୦ ରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି।
ଆଗାମୀ ୩ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତୀ ସମୟରେ ଏଥିରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିବାରେ ସମ୍ଭାବନା ରହିଛି। ସେହିଭଳି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ ଏବଂ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି।
#Warning for Day-1 & Day-2 :-
Day-3 to Day-5 : No Warning pic.twitter.com/E6r8RvnGow— Meteorological Centre, Bhubaneswar (@mcbbsr) January 26, 2024
The post ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ appeared first on Dharitri Odia News.