ଚାଇନିଜ୍ ଗ୍ରାଁ ପ୍ରିରେ ରେଡ୍ବୁଲ୍ ଡ୍ରାଇଭର ଭର୍ସ୍ତାପେନ୍ ଚାମ୍ପିଅନ୍
ସାଂଘାଇ: ରେଡ୍ ବୁଲ୍ ରେସର୍ ମ୍ୟାକ୍ସ ଭର୍ସ୍ତାପେନ୍ ଚାଇନିଜ୍ ଗ୍ରାଁ ପ୍ରିରେ ଚାମ୍ପିଅନ୍ ହୋଇଛନ୍ତି। ସାଂଘାଇ ଅନ୍ତର୍ଜାତୀୟ ସର୍କିଟ୍ରେ ଆୟୋଜିତ ଏହି ୧୯ ଲ୍ୟାପ୍ ବିଶିଷ୍ଟ ଗ୍ରାଁ ପ୍ରିରେ ଭର୍ସ୍ତାପେନ୍ ମର୍ସିଡିଜ୍ର ଲୁଇସ୍ ହାମିଲଟନ୍ଙ୍କୁ ୧୩.୦୪୩ ସେକେଣ୍ଡ୍ରେ ପଛରେ ପକାଇ ଚାମ୍ପିଅନ୍ ଟ୍ରଫି ଜିତି ନେଇଥିଲେ। ଏହି ବିଜୟ ସହ ତୃତୀୟ ସ୍ଥାନରେ ରହିଥିବା ସାଥୀ ରେସର୍ ସର୍ଗିଓ ପେରେଜ୍ଙ୍କଠାରୁ ଚାମ୍ପିଅନ୍ସିପ୍ ପଏଣ୍ଟ୍ ବ୍ୟବଧାନକୁ ୧୫କୁ ବଢ଼ାଇଛନ୍ତି। ଏହି ଘଟଣା ବହୁଳ ରେସ୍ରେ ମ୍ୟାକଲରିନ୍ ଦଳର ଲାଣ୍ଡୋ […]

ସାଂଘାଇ: ରେଡ୍ ବୁଲ୍ ରେସର୍ ମ୍ୟାକ୍ସ ଭର୍ସ୍ତାପେନ୍ ଚାଇନିଜ୍ ଗ୍ରାଁ ପ୍ରିରେ ଚାମ୍ପିଅନ୍ ହୋଇଛନ୍ତି। ସାଂଘାଇ ଅନ୍ତର୍ଜାତୀୟ ସର୍କିଟ୍ରେ ଆୟୋଜିତ ଏହି ୧୯ ଲ୍ୟାପ୍ ବିଶିଷ୍ଟ ଗ୍ରାଁ ପ୍ରିରେ ଭର୍ସ୍ତାପେନ୍ ମର୍ସିଡିଜ୍ର ଲୁଇସ୍ ହାମିଲଟନ୍ଙ୍କୁ ୧୩.୦୪୩ ସେକେଣ୍ଡ୍ରେ ପଛରେ ପକାଇ ଚାମ୍ପିଅନ୍ ଟ୍ରଫି ଜିତି ନେଇଥିଲେ। ଏହି ବିଜୟ ସହ ତୃତୀୟ ସ୍ଥାନରେ ରହିଥିବା ସାଥୀ ରେସର୍ ସର୍ଗିଓ ପେରେଜ୍ଙ୍କଠାରୁ ଚାମ୍ପିଅନ୍ସିପ୍ ପଏଣ୍ଟ୍ ବ୍ୟବଧାନକୁ ୧୫କୁ ବଢ଼ାଇଛନ୍ତି। ଏହି ଘଟଣା ବହୁଳ ରେସ୍ରେ ମ୍ୟାକଲରିନ୍ ଦଳର ଲାଣ୍ଡୋ ନୋରିସ୍ ପୋଲ୍ ପୋଜିସନ୍ରୁ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ କରିଥିଲେ। ହେଲେ ମୁଖ୍ୟ ରେସ୍ ବେଳେ ଖରାପ କରି ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲେ। ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନରୁ ମୁଖ୍ୟ ରେସ୍ ଆରମ୍ଭ କରିବା ସତ୍ତ୍ବେ ଭର୍ସ୍ତାପେନ୍ ଚମତ୍କାର କାର୍ ଚାଳନାର ପରିଚୟ ଦେଇ ପ୍ରଥମ ସ୍ଥାନରେ ରହିଥିଲେ। ୭ଥର ବିଶ୍ବ ବିଜେତା ହାମିଲଟନ୍ ଦ୍ବିତୀୟ ସ୍ଥାନରେ ରହିବା ସତ୍ତ୍ବେ ନିଜ ପ୍ରଦର୍ଶନରେ ସନ୍ତୋଷ ଜାହିର କରିଛନ୍ତି।