ଚାଇଲ୍ଡ ଶେଲ୍ଟରରେ ୧୩ ପିଲାଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩ା୮: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଆଶା କିରଣ ଶେଲ୍ଟର ହୋମ୍‌ରେ ଗତ ୨୦ ଦିନ ମଧ୍ୟରେ ୧୩ ଜଣ ପିଲାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଲାଣି। ଏହାର ତଦନ୍ତ ଜଣେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଦିଲ୍ଲୀ ମନ୍ତ୍ରୀ ଆତିଶୀ ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ କରାଇ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଦ୍ୱାରା […] The post ଚାଇଲ୍ଡ ଶେଲ୍ଟରରେ ୧୩ ପିଲାଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.

ଚାଇଲ୍ଡ ଶେଲ୍ଟରରେ ୧୩ ପିଲାଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩ା୮: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଆଶା କିରଣ ଶେଲ୍ଟର ହୋମ୍‌ରେ ଗତ ୨୦ ଦିନ ମଧ୍ୟରେ ୧୩ ଜଣ ପିଲାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଲାଣି। ଏହାର ତଦନ୍ତ ଜଣେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଦିଲ୍ଲୀ ମନ୍ତ୍ରୀ ଆତିଶୀ ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ କରାଇ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଶେଲ୍ଟର ହୋମ୍‌ରେ ଚଳିତବର୍ଷ ଜାନୁଆରୀରୁ ଇତିମଧ୍ୟରେ ୨୭ ଜଣ ପ୍ରାଣ ହରାଇଲେଣି। ପିଲାମାନଙ୍କୁ ଅବହେଳା କରାଯିବା ଏବଂ ସେଠାରେ ରହିବା ପାଇଁ ନିମ୍ନମାନର ସ୍ଥିତି ନିମନ୍ତେ ଏତେ ସଂଖ୍ୟାରେ ପିଲାଙ୍କ ଜୀବନ ଯାଇଥିବା ଭାଜପା ଅଭିଯୋଗ କରିଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ଗତବର୍ଷ ତୁଳନାରେ ଚଳିତବର୍ଷ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ। ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସ୍‌ଡିଏମ୍‌ କହିଛନ୍ତି। ଉକ୍ତ ରିପୋର୍ଟ ପରେ ପିଲାମାନଙ୍କୁ ଯୋଗାଇଦିଆଯାଉଥିବା ପାନୀୟ ଜଳର ମାନକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଶେଲ୍ଟର ହୋମ୍‌କୁ ଏକ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍‌ ପଠାଇଥିବାବେଳେ ଅବହେଳା ଅଭିଯୋଗ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାରଙ୍କୁ ସମାଲୋଚନା କରିଛି। ଆଶା କିରଣ ଶେଲ୍ଟର ହୋମ୍‌ ବହୁ ବର୍ଷ ହେଲା ସବୁ ଆଶା ହରାଇଥିବା ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷ ରେଖା ଶର୍ମା କହିଛନ୍ତି।

The post ଚାଇଲ୍ଡ ଶେଲ୍ଟରରେ ୧୩ ପିଲାଙ୍କ ମୃତ୍ୟୁ: ତଦନ୍ତ ନିର୍ଦ୍ଦେଶ appeared first on Dharitri Odia News.