ଚାକିରି ଦେବାକୁ ଡାକି ଆଣି ହତ୍ୟା!, ପୁଲିସ ତଦନ୍ତ ଆରମ୍ଭ
ଅନୁଗୁଳ: ଚାକିରି ଦେବାକୁ କହି ଡାକି ଆଣି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସମ୍ବଲପୁର କତରାବଗା ଥାନା ଅଞ୍ଚଳର ଲୋକନାଥ ମେହେର ବୋଲି ଜଣାପଡ଼ିଛି। ୯୦ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲୋକନାଥ ମେହେର ୪ ଦିନ ତଳୁ ନିଖୋଜ ଥିବା ପରିବାର ଲୋକେ କତରାବଗା ଥାନାରେ ଅଭିଯୋଗ […]

ଅନୁଗୁଳ: ଚାକିରି ଦେବାକୁ କହି ଡାକି ଆଣି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ନାଳରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ସମ୍ବଲପୁର କତରାବଗା ଥାନା ଅଞ୍ଚଳର ଲୋକନାଥ ମେହେର ବୋଲି ଜଣାପଡ଼ିଛି। ୯୦ ହଜାର ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଲୋକନାଥ ମେହେର ୪ ଦିନ ତଳୁ ନିଖୋଜ ଥିବା ପରିବାର ଲୋକେ କତରାବଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।