ଚାକିରି ନାଁରେ ଠକେଇ,୩ ଗିରଫ
ବ୍ରହ୍ମପୁର : ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ । ବେକାରୀ ଯୁବକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁରର କିଛି ଯୁବକଙ୍କୁ କେନିଆରେ ଚାକିରି ଦେବାକୁ କହି ଠକେଇ କରିଛନ୍ତି ଅଭିଯୁକ୍ତ । ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଅଂଚଳର ସି.ଏଚ ମୋହନ ରେଡ୍ଡୀ, ଶ୍ରୀକାକୁଲମର ସୀମାଂଚଳ ଓ ଦିଲେଶ୍ୱର ରାଓକୁ ଗିରଫ କରାଯାଇଛି […]

ବ୍ରହ୍ମପୁର : ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ । ବେକାରୀ ଯୁବକଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁରର କିଛି ଯୁବକଙ୍କୁ କେନିଆରେ ଚାକିରି ଦେବାକୁ କହି ଠକେଇ କରିଛନ୍ତି ଅଭିଯୁକ୍ତ । ଠକେଇ ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଅଂଚଳର ସି.ଏଚ ମୋହନ ରେଡ୍ଡୀ, ଶ୍ରୀକାକୁଲମର ସୀମାଂଚଳ ଓ ଦିଲେଶ୍ୱର ରାଓକୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୯୨ଟି ପାସପୋର୍ଟ ଏବଂ ନକଲି ଭିସା ଜବତ ହୋଇଛି ।
ସୂଚନାନୁସାରେ,ବ୍ରହ୍ମପୁରର କିଛି ଯୁବକଙ୍କୁ କେନିଆରେ ଚାକିରି ଦେବା ନାଁ ରେ ପ୍ରସ୍ତୁତ ହୋଇଥିଲା ଭିସା ଓ ପାସପୋର୍ଟ । ଏହା ବାବଦକୁ ଯୁବକ ମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ ଅଭିଯୁକ୍ତ I ତେବେ ଯେଉଁ କମ୍ପାନୀରେ ଚକିରି କରିବା ପାଇଁ ଅଭିଯୁକ୍ତ ମାନେ କହିଥିଲେ ତାହା ନକଲି ଥିଲା ବୋଲି ଜଣା ପଡିଥିଲା I ପରେ ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା I ଘଟଣାର ତଦନ୍ତ କରି ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି I