ଚା’ଦୋକାନ ଉପରେ ମାଡିଗଲା ବସ-ଟ୍ୟାଙ୍କର: ଚାଲିଗଲା ୪ ଜୀବନ

ବ୍ରହ୍ମପୁର,୨୨।୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସମରଝୋଳ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୧୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ଭବାନୀପାଟଣାରୁ ଆସ୍କା ଦେଇ ବ୍ରହ୍ମପୁର ପଟକୁ ଆସୁଥିଲା। ସେହିପରି ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭର ଟେକ କରି ଯିବାକୁ ଚେଷ୍ଟା କରୁଥିବା […] The post ଚା’ଦୋକାନ ଉପରେ ମାଡିଗଲା ବସ-ଟ୍ୟାଙ୍କର: ଚାଲିଗଲା ୪ ଜୀବନ appeared first on Dharitri Odia News.

ଚା’ଦୋକାନ ଉପରେ ମାଡିଗଲା ବସ-ଟ୍ୟାଙ୍କର: ଚାଲିଗଲା ୪ ଜୀବନ

ବ୍ରହ୍ମପୁର,୨୨।୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସମରଝୋଳ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେହିପରି ୧୫ରୁ ଉର୍ଦ୍ଧ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ଭବାନୀପାଟଣାରୁ ଆସ୍କା ଦେଇ ବ୍ରହ୍ମପୁର ପଟକୁ ଆସୁଥିଲା। ସେହିପରି ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭର ଟେକ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ ଚା’ ଦୋକାନ ଆଡ଼କୁ ମାଡି ଯାଇଥିଲେ। ବସ ତଳେ ଚାପି ହୋଇ ଚା’ ପିଉଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ବସିଥିବା ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟନା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି। ସେହିପରି ରାସ୍ତାରେ ଯାତାୟତ ସ୍ବାଭାବିକ କରିଛି।

The post ଚା’ଦୋକାନ ଉପରେ ମାଡିଗଲା ବସ-ଟ୍ୟାଙ୍କର: ଚାଲିଗଲା ୪ ଜୀବନ appeared first on Dharitri Odia News.