ଚାନ୍ଦିପୁରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର(ITCM)ର ସଫଳ ପରୀକ୍ଷଣ
ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁଆଜି ୧୮ ଏପ୍ରିଲ, ୨୦୨୪ରେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର୍)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ ସମସ୍ତ ଉପପ୍ରଣାଳୀ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ୟ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। […]

ଭୁବନେଶ୍ୱର : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁଆଜି ୧୮ ଏପ୍ରିଲ, ୨୦୨୪ରେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର୍)ରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ୍ କ୍ଷେପଣାସ୍ତ୍ର (ଆଇଟିସିଏମ୍)ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି।
ପରୀକ୍ଷା ସମୟରେ ସମସ୍ତ ଉପପ୍ରଣାଳୀ ଆଶାନୁରୂପ ପ୍ରଦର୍ଶନ କରିଥିଲା। ଏହି କ୍ଷେପଣାସ୍ତ୍ରର କାର୍ୟ୍ୟଦକ୍ଷତାକୁ ରାଡାର, ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ (ଇଓଟିଏସ) ଏବଂ ଆଇଟିଆର ଦ୍ୱାରା ବିଭିନ୍ନ ସ୍ଥାନରେ ନିୟୋଜିତ ଟେଲିମେଟ୍ରି ଦ୍ୱାରା ନିରୀକ୍ଷଣ କରାଯାଇଥିଲା। ଭାରତୀୟ ବାୟୁସେନାର ଏସୟୁ-୩୦-ଏମକେ-୧ ବିମାନରୁ ମଧ୍ୟ ଏହି କ୍ଷେପଣାସ୍ତ୍ରର ଉଡ଼ାଣ ଉପରେ ନଜର ରଖାଯାଇଥିଲା।
Indigenous Technology Cruise Missile (ITCM) successfully flight tested today from ITR Chandipur, off the coast of Odisha. ITCM is long range subsonic cruise missile powered by indigenous propulsion system @PMOIndia @DefenceMinIndia @SpokespersonMoD pic.twitter.com/wLlpV4wHkx
— DRDO (@DRDO_India) April 18, 2024
ଏହି କ୍ଷେପଣାସ୍ତ୍ର ମାର୍ଗଦର୍ଶକ ସାମୁଦ୍ରିକ ପ୍ରଣାଳୀର ଉପଯୋଗ କରି ବ୍ୟବହାର କରି ନିର୍ଦ୍ଧାରିତ ମାର୍ଗ ଅନୁସରଣ କରିଥିଲା ଏବଂ ଅତ୍ୟନ୍ତ ନିମ୍ନ ଉଚ୍ଚତା ବିଶିଷ୍ଟ ସାମୁଦ୍ରିକ-ସ୍କିମିଂ ଉଡ଼ାଣ ପ୍ରଦର୍ଶନ କରିଥିଲା। ଏହି ସଫଳ ଉଡ଼ାଣ ପରୀକ୍ଷଣ ବେଙ୍ଗାଲୁରୁସ୍ଥିତ ଗ୍ୟାସ୍ ଟର୍ବାଇନ୍ ରିସର୍ଚ୍ଚ ଏଷ୍ଟାବ୍ଲିସମେଣ୍ଟ (ଜିଟିଆରଇ) ଦ୍ୱାରା ବିକଶିତ ସ୍ୱଦେଶୀ ପ୍ରୋପଲସନ ସିଷ୍ଟମର ବିଶ୍ୱସନୀୟ ପ୍ରଦର୍ଶନ ମଧ୍ୟ ପ୍ରମାଣିତ କରିଛି ।
ଏହି କ୍ଷେପଣାସ୍ତ୍ରରେ ଉନ୍ନତ ଏବଂ ବିଶ୍ୱସନୀୟ ପ୍ରଦର୍ଶନ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ଏଭିଓନିକ୍ସ ଏବଂ ସଫ୍ଟୱେର ମଧ୍ୟ ରହିଛି । ଏହି କ୍ଷେପଣାସ୍ତ୍ରକୁ ବେଙ୍ଗାଲୁରୁସ୍ଥିତ ଡିଆରଡିଓ ପରୀକ୍ଷାଗାର ଏରୋନଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ଏଡିଇ) ବିକଶିତ କରିଥିବାବେଳେ ଅନ୍ୟାନ୍ୟ ପରୀକ୍ଷାଗାର ଏବଂ ଭାରତୀୟ ଉଦ୍ୟୋଗର ଯୋଗଦାନ ରହିଛି। ଏହି ପରୀକ୍ଷଣକୁ ଡିଆରଡିଓର ବିଭିନ୍ନ ପରୀକ୍ଷାଗାରର ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସହ ଉତ୍ପାଦନ ଅଂଶୀଦାରର ପ୍ରତିନିଧିମାନେ ଦେଖିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଟିସିଏମର ସଫଳ ଉଡ଼ାଣ-ପରୀକ୍ଷଣ ପାଇଁ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ୱଦେଶୀ ପରିଚାଳିତ ସ୍ୱଦେଶୀ ଲମ୍ବା ଦୂରଗାମୀ ସବ୍ସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ବିକାଶ ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପାଇଁ ଏକ ବଡ଼ ମାଇଲଖୁଣ୍ଟ । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ତଥା ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମତ ଆଇଟିସିଏମ୍ ଉତକ୍ଷେପଣର ସଫଳ ପରିଚାଳନା ପାଇଁ ଡିଆରଡିଓର ସମଗ୍ର ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।