ଚାମ୍ପିଅନ୍ସ ଟ୍ରଫି ସେମିରେ ଅଷ୍ଟ୍ରେଲିଆ

ସମୟ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଗଲା ଅଷ୍ଟ୍ରେଲିଆ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ଶେଷ ହେଲା। ନିୟମ ମୁତାବକ ଅଧିକ ପଏଣ୍ଟ ଆଧାରରେ ସେମିଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଗ୍ରୁପ୍ ଏ ରେ ପୂର୍ବରୁ ବାଂଲାଦେଶ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବାରୁ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ଏଥିସହ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବାର […]

ଚାମ୍ପିଅନ୍ସ ଟ୍ରଫି ସେମିରେ ଅଷ୍ଟ୍ରେଲିଆ

ସମୟ ବ୍ୟୁରୋ: ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲକୁ ଗଲା ଅଷ୍ଟ୍ରେଲିଆ। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବର୍ଷା ଯୋଗୁଁ ଅଧାରୁ ଶେଷ ହେଲା। ନିୟମ ମୁତାବକ ଅଧିକ ପଏଣ୍ଟ ଆଧାରରେ ସେମିଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଗ୍ରୁପ୍ ଏ ରେ ପୂର୍ବରୁ ବାଂଲାଦେଶ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବାରୁ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ଏଥିସହ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଗଲା। ଏହି କାରଣରୁ, ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ।