ଅଗଷ୍ଟ ୧୧ରେ ନିଟ୍ ପିଜି ପରୀକ୍ଷା , ଦୁଇଟି ସିଫ୍ଟରେ ହେବ ପରୀକ୍ଷା
ଭୁବନେଶ୍ୱର : ନିଟ୍ ପିଜି ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ (NBE) ପକ୍ଷରୁ କୁହାଯାଇଛି । ନିଟ୍ ପେପର ଲିକ୍ ଅଭିଯୋଗ ପରେ ସ୍ଥଗିତ ଥିବା ଏହି ପରୀକ୍ଷାକୁ ୧୧ ତାରିଖରେ କରିବାକୁ ଧାର୍ଯ୍ୟ କରିଛି NBE । ତେବେ ନିଟ୍ ୟୁଜି ପରୀକ୍ଷା NTA କରୁଥିବା ବେଳେ […]

ଭୁବନେଶ୍ୱର : ନିଟ୍ ପିଜି ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ । ଅଗଷ୍ଟ ୧୧ ତାରିଖରେ ନିଟ୍ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ (NBE) ପକ୍ଷରୁ କୁହାଯାଇଛି । ନିଟ୍ ପେପର ଲିକ୍ ଅଭିଯୋଗ ପରେ ସ୍ଥଗିତ ଥିବା ଏହି ପରୀକ୍ଷାକୁ ୧୧ ତାରିଖରେ କରିବାକୁ ଧାର୍ଯ୍ୟ କରିଛି NBE । ତେବେ ନିଟ୍ ୟୁଜି ପରୀକ୍ଷା NTA କରୁଥିବା ବେଳେ ନିଟ୍ ପିଜି ପରୀକ୍ଷାକୁ NBE ତ୍ତତତ୍ତ୍ୱାବଧାନରେ କରାଯାଉଛି ।
ସୂଚନାନୁସାରେ,ପୂର୍ବରୁ ସ୍ଥଗିତ ହୋଇଥିବା ନିଟ୍ ପିଜି ପରୀକ୍ଷାରେ ପ୍ରାୟ ୨ ଲକ୍ଷ ୩୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ । ଏଥିରେ ମାଷ୍ଟର ଅଫ୍ ସର୍ଜରୀ, ଡକ୍ଟର ଅଫ୍ ମେଡିସିନ୍ ଏବଂ ପିଜି ଡିପ୍ଲୋମା ପ୍ରୋଗ୍ରାମ ପାଇଁ ଏହି ପରୀକ୍ଷା ଦେବାକୁ ପଡ଼ିଥାଏ । ଏମବିବିଏସ ଡିଗ୍ରୀ କିମ୍ବା ମେଡିକାଲ କାଉନ୍ସିଲ ଅଫ୍ ଇଣ୍ଡିଆ ତରଫରୁ ମାନ୍ୟତାପ୍ରାପ୍ତ ପ୍ରୋଭିଜିନାଲ ଏମବିବିଏସ ପାସ୍ ସର୍ଟିଫିକେଟ ହାସଲ କରିଥିବା ପରୀକ୍ଷାର୍ଥୀ ହିଁ ଏହି ପରୀକ୍ଷାରେ ସାମିଲ ହୋଇପାରିବେ ।