ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ! ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍, ICCକୁ ଜଣାଇଲା BCCI

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ? ଏହାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆଇସିସିକୁ ଅବଗତ କରାଇଛି। ଇଏସପିଏନ କ୍ରିକଇମ୍ପୋର ରିପୋର୍ଟ ଅନୁସାରେ ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଫଳରେ ଟୁର୍ଣ୍ଣାମେଣ୍ଟ ଏବେ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଇପାରେ।ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ନିଜର ସମସ୍ତ ମୁକାବିଲା ୟୁଏଇରେ ଖେଳିପାରେ। ଏପରିକି ସର୍ଟଲିଷ୍ଟରେ ଶ୍ରୀଲଙ୍କାର ନାଁ ମଧ୍ୟ ରହିଛି। କିନ୍ତୁ ପାକିସ୍ତାନଠୁ ନିକଟରେ ଥିବା କାରଣରୁ ୟୁଏଇ ଦୌଡ଼ରେ ଆଗରେ ରହିଛି। ଚଳିତ ସପ୍ତାହ ଆରମ୍ଭରେ ବିସିସିଆଇ ନିଜର ଆଭିମୁଖ୍ୟ ବିଷୟରେ ICCକୁ ଅବଗତ କରାଇ ଦେଇଛି। କିନ୍ତୁ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ, ବିସିସିଆଇ ନିଜର ଏହି ନିର୍ଣ୍ଣୟ କିଭଳି ଜଣାଇଛି।ତେବେ ସମ୍ଭବତଃ ଆଇସିସି ପିସିବିକୁ ଏହା ଜଣାଇବା ପୂର୍ବରୁ ବିସିସିଆଇଠୁ ଲିଖିତ ଆକାରରେ ମାଗି ଥାଇପାରେ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଶୁକ୍ରବାର ଜୋର ଦେଇ କହିଥିଲେ ଯେ, ଯଦି ବିସିସିଆଇ କୌଣସି ସମସ୍ୟା ଅଛି ତେବେ ଏହା ଲିଖିତ ଭାବେ ଜଣାଇବାକୁ ପଡ଼ିବ। ନକଭି ଏହା ମ

ଚାମ୍ପିଅନ୍ସ ଟ୍ରଫିକୁ ନେଇ ବଡ଼ ନିଷ୍ପତ୍ତି ! ପାକିସ୍ତାନ ଯିବ ନାହିଁ ଭାରତୀୟ ଟିମ୍, ICCକୁ ଜଣାଇଲା BCCI

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ? ଏହାକୁ ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଭାରତୀୟ ଦଳ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଶନିବାର ଆଇସିସିକୁ ଅବଗତ କରାଇଛି। ଇଏସପିଏନ କ୍ରିକଇମ୍ପୋର ରିପୋର୍ଟ ଅନୁସାରେ ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ। ଫଳରେ ଟୁର୍ଣ୍ଣାମେଣ୍ଟ ଏବେ ହାଇବ୍ରିଡ ମୋଡେଲ୍ ଆଧାରରେ ଖେଳା ଯାଇପାରେ।

ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ନିଜର ସମସ୍ତ ମୁକାବିଲା ୟୁଏଇରେ ଖେଳିପାରେ। ଏପରିକି ସର୍ଟଲିଷ୍ଟରେ ଶ୍ରୀଲଙ୍କାର ନାଁ ମଧ୍ୟ ରହିଛି। କିନ୍ତୁ ପାକିସ୍ତାନଠୁ ନିକଟରେ ଥିବା କାରଣରୁ ୟୁଏଇ ଦୌଡ଼ରେ ଆଗରେ ରହିଛି। ଚଳିତ ସପ୍ତାହ ଆରମ୍ଭରେ ବିସିସିଆଇ ନିଜର ଆଭିମୁଖ୍ୟ ବିଷୟରେ ICCକୁ ଅବଗତ କରାଇ ଦେଇଛି। କିନ୍ତୁ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ, ବିସିସିଆଇ ନିଜର ଏହି ନିର୍ଣ୍ଣୟ କିଭଳି ଜଣାଇଛି।

ତେବେ ସମ୍ଭବତଃ ଆଇସିସି ପିସିବିକୁ ଏହା ଜଣାଇବା ପୂର୍ବରୁ ବିସିସିଆଇଠୁ ଲିଖିତ ଆକାରରେ ମାଗି ଥାଇପାରେ। ପିସିବି ଅଧ୍ୟକ୍ଷ ମୋହସିନ ନକଭି ଶୁକ୍ରବାର ଜୋର ଦେଇ କହିଥିଲେ ଯେ, ଯଦି ବିସିସିଆଇ କୌଣସି ସମସ୍ୟା ଅଛି ତେବେ ଏହା ଲିଖିତ ଭାବେ ଜଣାଇବାକୁ ପଡ଼ିବ। ନକଭି ଏହା ମଧ୍ୟ କହିଥିଲେ, ପିସିବି ପକ୍ଷରୁ ହାଇବ୍ରିଡ ମୋଡେଲ୍ ବିଷୟରେ କୌଣସି ଆଲୋଚନା  କରାଯାଇ ନାହିଁ। କିନ୍ତୁ ବିସିସିଆଇ ଓ ଆଇସିସି ସହିତ ଏ ବିଷୟରେ ଆଲୋଚନା କରିବାକୁ ବୋର୍ଡ ପ୍ରସ୍ତୁତ। 

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆଠ ଦଳ ଅଂଶଗ୍ରହଣ କରିବେ। ଚାରୋଟି ଲେଖାଏଁ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଚାମ୍ପିଅନ୍ସ ଟ୍ରଫିରେ ଭାରତ ବ୍ୟତୀତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଅଂଶଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟକୁ ଆଉ ୧୦୦ ଦିନ ବାକି ରହିଛି। କିନ୍ତୁ ଏ ପର୍ଯ୍ୟନ୍ତ କ୍ରୀଡ଼ାସୂଚୀ ଘୋଷଣା କରାଯାଇ ନାହିଁ। 

ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରେ ଖେଳାଯିବ ଓ ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ଏହା ଅନୁସାରେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନକୁ ରଖାଯାଇଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ମାର୍ଚ୍ଚ ୧ ତାରିଖରେ ଲାହୋରରେ ଖେଳା ଯିବାର ଥିଲା। ତେବେ ଖୁବ୍ ଶୀଘ୍ର କ୍ରୀଡ଼ାସୂଚୀ ଘୋଷଣା କରାଯାଇପାରେ।