ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି
ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ ଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ପରାଜୟରେ ନିରାଶ ହୋଇ ପିସିବି ଦଳର ମୁଖ୍ୟ କୋଚ ଆକିବ ଜାଭେଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ଏବଂ ଗ୍ରୁପ […] The post ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି appeared first on Dharitri Odia News.
ରାଉଲପିଣ୍ଡି,୨୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ କ୍ରିକେଟ ଦଳର ଲଜ୍ଜାଜନକ ପ୍ରଦର୍ଶନ ହୋଇଛି। ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ, ଭାରତ ବିପକ୍ଷ ପରାଜୟ ସେମାନଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ଟୁର୍ନାମେଣ୍ଟ ଆରମ୍ଭ ହେବାର ମାତ୍ର ୫ ଦିନ ମଧ୍ୟରେ, ଆୟୋଜକ ଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ପରାଜୟରେ ନିରାଶ ହୋଇ ପିସିବି ଦଳର ମୁଖ୍ୟ କୋଚ ଆକିବ ଜାଭେଦଙ୍କୁ ବହିଷ୍କାର କରିବାକୁ ପ୍ରସ୍ତୁତ ହେଉଛି।
୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଲଜ୍ଜାଜନକ ପ୍ରଦର୍ଶନ ଏବଂ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ପରେ ପାକିସ୍ତାନକୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ଦଳର ପୂର୍ବତନ ଖେଳାଳିମାନେ ଏଥିପାଇଁ କେବଳ ଖେଳାଳି,କୋଚ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ନୁହେଁ ବରଂ ଚୟନକର୍ତ୍ତାଙ୍କୁ ମଧ୍ୟ ଦାୟୀ କରୁଛନ୍ତି।
ଗତ ବର୍ଷ ଗ୍ୟାରି କର୍ଷ୍ଟେନଙ୍କୁ ବହିଷ୍କାର କରିବା ପରେ ଆକିବ ଜାଭେଦଙ୍କୁ ପିସିବି ମୁଖ୍ୟ କୋଚ ନିଯୁକ୍ତ କରିଥିଲା। ପାକିସ୍ତାନ ଦଳରେ ଭିନ୍ନ ଭିନ୍ନ ମୁଖ୍ୟ କୋଚ ରହିବେ କି ନାହିଁ ବୋର୍ଡ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହିଁ। କିନ୍ତୁ ଏହା ନିଶ୍ଚିତ ଯେ ଚାମ୍ପିଅନ୍ସ ଟ୍ରଫିରେ ଖରାପ ପ୍ରଦର୍ଶନ ପରେ, ବର୍ତ୍ତମାନର ସପୋର୍ଟ ଷ୍ଟାଫ୍ଙ୍କ ମଧ୍ୟରେ ପରିବର୍ତ୍ତନ ହେବ।
ଗତ କିଛି ବର୍ଷ ପାକିସ୍ତାନ କ୍ରିକେଟ ପାଇଁ ବହୁତ ଚ୍ୟାଲେଞ୍ଜିଂ ରହିଛି। ଦଳ ପାଇଁ ଅନେକ ମୁଖ୍ୟ କୋଚ ଏବଂ ଚୟନକର୍ତ୍ତାଙ୍କୁ ପରିବର୍ତ୍ତନ କରାଯାଇଛି। କ୍ରିକେଟ ବୋର୍ଡ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି କାହାକୁ ନିଯୁକ୍ତ କରାଯିବ।
The post ଚାମ୍ପିଅନ୍ସ ଟ୍ରଫିରୁ ବିଦା ହେବା ପରେ ପାକିସ୍ତାନରେ ହଇଚଇ: ପିସିବି ନେବ ବଡ଼ ନିଷ୍ପତ୍ତି appeared first on Dharitri Odia News.