ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୩୦।୧: ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ବହୁତ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଏବେ ଖୁବ ଶୀଘ୍ର ଏହି ତାଙ୍କୁ ଟିମ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିବ। କୁଲଦୀପ ଫିଟନେସ ପରୀକ୍ଷାରେ ପାସ କରିଛନ୍ତି। ପୂର୍ବରୁ, ଜାନୁଆରୀ ୨୬ ତାରିଖରେ ଜାତୀୟ କ୍ରିକେଟ ଏକାଡେମୀରେ କୁଲଦୀପଙ୍କ ଫିଟନେସ ପରୀକ୍ଷା କରାଯାଇଥିଲା। କୁଲଦୀପଙ୍କୁ ଉତ୍ତର ପ୍ରଦେଶ ପାଇଁ ରଣଜୀ ଟ୍ରଫିର ଶେଷ ରାଉଣ୍ଡରେ ଦେଖିବାକୁ ମିଳିପାରେ। ଆଜିଠାରୁ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ […] The post ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ମିଳିଲା ବଡ଼ ଖୁସିଖବର appeared first on Dharitri Odia News.

ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୩୦।୧: ଚାଇନାମ୍ୟାନ ବୋଲର କୁଲଦୀପ ଯାଦବ ବହୁତ ଦିନ ଧରି ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ଏବେ ଖୁବ ଶୀଘ୍ର ଏହି ତାଙ୍କୁ ଟିମ ଇଣ୍ଡିଆର ଜର୍ସିରେ ଦେଖିବାକୁ ମିଳିବ। କୁଲଦୀପ ଫିଟନେସ ପରୀକ୍ଷାରେ ପାସ କରିଛନ୍ତି। ପୂର୍ବରୁ, ଜାନୁଆରୀ ୨୬ ତାରିଖରେ ଜାତୀୟ କ୍ରିକେଟ ଏକାଡେମୀରେ କୁଲଦୀପଙ୍କ ଫିଟନେସ ପରୀକ୍ଷା କରାଯାଇଥିଲା। କୁଲଦୀପଙ୍କୁ ଉତ୍ତର ପ୍ରଦେଶ ପାଇଁ ରଣଜୀ ଟ୍ରଫିର ଶେଷ ରାଉଣ୍ଡରେ ଦେଖିବାକୁ ମିଳିପାରେ। ଆଜିଠାରୁ ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ମ୍ୟାଚ ଖେଳାଯିବ। ଉଭୟ ଦଳ ଇନ୍ଦୋରର ହୋଲକର ଷ୍ଟାଡିୟମରେ ପରସ୍ପରକୁ ମୁହାଁମୁହିଁ ହେବେ।

ଇତିମଧ୍ୟରେ, ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। କୁଲଦୀପଙ୍କ ଫିଟନେସ ସମସ୍ୟା ସତ୍ତ୍ୱେ, ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ତଥାପି, ଏବେ ଭାରତୀୟ ଦଳ ପାଇଁ ଭଲ ଖବର ଆସୁଛି। ଏହା ବ୍ୟତୀତ ଇଂଲଣ୍ଡ ଦିନିକିଆ ସିରିଜ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଏକ ଆଶ୍ୱସ୍ତି ଖବର ଅଛି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ଦିନିକିଆ ମ୍ୟାଚର ଏକ ସିରିଜ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ ଫେବୃଆରୀ ୬ ତାରିଖରେ ଖେଳାଯିବ। ଯଦି କୁଲଦୀପ ଇଂଲଣ୍ଡ ସିରିଜ ପରେ ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆର ପ୍ଲେଇଂ-୧୧ର ଅଂଶ ହୁଅନ୍ତି, ତେବେ ବୋଲିଂ ଆକ୍ରମଣ ନିଶ୍ଚିତ ଭାବରେ ମଜଭୁତ ହେବ।
ବିସିସିଆଇ ଚାହୁଁଛି ଯେ କୁଲଦୀପ ଯାଦବ ରଣଜୀ ଟ୍ରଫିରେ ଖେଳନ୍ତୁ, ଯାହା ଦାରା ଇଂଲଣ୍ଡ ସିରିଜ ପୂର୍ବରୁ ନିଶ୍ଚିତ ହୋଇପାରିବ।

The post ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଭାରତକୁ ମିଳିଲା ବଡ଼ ଖୁସିଖବର appeared first on Dharitri Odia News.