ରତ୍ନଭଣ୍ଡାର ଭିତରେ ଅଛି ରହସ୍ୟମୟ ସୁଡ଼ଙ୍ଗ! ଜାଣନ୍ତୁ କ’ଣ କହିଲେ ତଦାରଖ କମିଟିର ସଦସ୍ୟ

ପୁରୀ,୧୩।୭: ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ଏହାରି ଭିତରେ ରତ୍ନଭଣ୍ଡାରକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ତିଆରି ହୋଇଥିବା ତଦାରଖ କମିଟିର ଜଣେ ସଦସ୍ୟ କହିଛନ୍ତି, ଭିତର ରତ୍ନଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଛି । ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ […] The post ରତ୍ନଭଣ୍ଡାର ଭିତରେ ଅଛି ରହସ୍ୟମୟ ସୁଡ଼ଙ୍ଗ! ଜାଣନ୍ତୁ କ’ଣ କହିଲେ ତଦାରଖ କମିଟିର ସଦସ୍ୟ appeared first on Dharitri Odia News.

ରତ୍ନଭଣ୍ଡାର ଭିତରେ ଅଛି ରହସ୍ୟମୟ ସୁଡ଼ଙ୍ଗ! ଜାଣନ୍ତୁ କ’ଣ କହିଲେ ତଦାରଖ କମିଟିର ସଦସ୍ୟ

ପୁରୀ,୧୩।୭: ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିପାରେ । ତେବେ କେମିତି ଖୋଲିବ ରତ୍ନଭଣ୍ଡାର, କିଏ ଯିବେ ଭିତରକୁ ସେନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ। ଏହାରି ଭିତରେ ରତ୍ନଭଣ୍ଡାରକୁ ନେଇ ଏକ ଖବର ସାମ୍ନାକୁ ଆସିଛି।

ରତ୍ନଭଣ୍ଡାର ଖୋଲିବା ପାଇଁ ତିଆରି ହୋଇଥିବା ତଦାରଖ କମିଟିର ଜଣେ ସଦସ୍ୟ କହିଛନ୍ତି, ଭିତର ରତ୍ନଭଣ୍ଡାର ଭିତରେ ଏକ ସୁଡ଼ଙ୍ଗ ରହିଛି ।

ବାହାର ଭଣ୍ଡାର ଦେଇ ଭିତର ଭଣ୍ଡାରକୁ ପ୍ରବେଶ କରିବା ପରେ, ଏହି ସୁଡ଼ଙ୍ଗ ଦୃଶ୍ୟମାନ ହୁଏ । ୧୯୭୮ରେ ଭିତର ଭଣ୍ଡାର ଖୋଲାଯିବା ସମୟରେ ଏ ସମ୍ପର୍କିତ ତଥ୍ୟ ରେକର୍ଡ କରାଯାଇଛି । ୧୯୭୮ ମସିହା ପରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଖୋଲାଯିବ। ପୂର୍ବରୁ ବ୍ରିଟିଶ ସମୟରେ ୧୯୨୬ ମସିହା ଓ ପରେ ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଯାଞ୍ଚ ହୋଇଥିଲା।

The post ରତ୍ନଭଣ୍ଡାର ଭିତରେ ଅଛି ରହସ୍ୟମୟ ସୁଡ଼ଙ୍ଗ! ଜାଣନ୍ତୁ କ’ଣ କହିଲେ ତଦାରଖ କମିଟିର ସଦସ୍ୟ appeared first on Dharitri Odia News.