ଚାରଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କରିବେ

ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରଧାମ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ୧୦ ମଇରୁ ଚାରଧାମ ଯାତ୍ରା ଆରମ୍ଭ ହେଉଛି । ଏଥିପାଇଁ ସୋମବାର ଠାରୁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ଆରମ୍ଭ ହେବାର ୨ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେସନ କରିସାରିଛନ୍ତି । ରେଜିଷ୍ଟ୍ରେସନ ପାଇଁ ସୁବିଧା ମୋବାଇଲ ଆପ୍‌, ହ୍ଵାଟସଆପ୍‌ ଏବଂ ଟୋଲ ଫ୍ରି ନମ୍ବରରେ ହେଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ […] The post ଚାରଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କରିବେ appeared first on KNews Odisha.

ଚାରଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କରିବେ
char dham

ଉତ୍ତରାଖଣ୍ଡର ବିଶ୍ୱ ପ୍ରସିଦ୍ଧ ଚାରଧାମ ଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ୧୦ ମଇରୁ ଚାରଧାମ ଯାତ୍ରା ଆରମ୍ଭ ହେଉଛି । ଏଥିପାଇଁ ସୋମବାର ଠାରୁ ଅନଲାଇନ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ଆରମ୍ଭ ହେବାର ୨ ଘଣ୍ଟାରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ରେଜିଷ୍ଟ୍ରେସନ କରିସାରିଛନ୍ତି ।

ରେଜିଷ୍ଟ୍ରେସନ ପାଇଁ ସୁବିଧା ମୋବାଇଲ ଆପ୍‌, ହ୍ଵାଟସଆପ୍‌ ଏବଂ ଟୋଲ ଫ୍ରି ନମ୍ବରରେ ହେଉଛି । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ ଜରୁରୀ । ଚଳିତ ଥର ଚାରଧାମ ଯାତ୍ରା ଆରମ୍ଭ ହେବାର ୨୫ ଦିନ ପୂର୍ବରୁ ଯାତ୍ରୀଙ୍କୁ ରେଜିଷ୍ଟ୍ରେସନ ସୁବିଧା ମିଳୁଛି । ଫଳରେ ବାହାରୁ ଆସୁଥିବା ଯାତ୍ରୀ ନିଜର ପ୍ଲାନ କରି ସହଜରେ ରେଜିଷ୍ଟ୍ରେସନ କରିପାରିବେ ।

କେମିତି କରିବେ ରେଜିଷ୍ଟ୍ରେସନ :

ରେଜିଷ୍ଟ୍ରେସନ ପାଇଁ ନାମ, ମୋବାଇଲ ନମ୍ବର ସହିତ ଯାତ୍ରା କରିବା ସଦସ୍ୟଙ୍କ ନାମ, ଘର ଏବଂ ଠିକଣା, ଆଇଡି ଦେବାକୁ ହେବ । ପର୍ଯ୍ୟଟନ ବିଭାଗର ଅଫିସିଆଲ ସାଇଟକୁ ଯାଇ ଲଗଇନ କରି ରେଜିଷ୍ଟ୍ରେସନ କରିପାରିବେ ।

ଏହାଛଡା ହ୍ଵାଟସଆପ୍‌ ନମ୍ବର-୮୩୯୪୮୩୩୮୩୩ରେ ଯାତ୍ରା ଲେଖି ମେସେଜ କରିବା ପରେ ରେଜିଷ୍ଟ୍ରେସନ କରିପାରିବେ । ପର୍ଯ୍ୟଟନ ବିଭାଗର ଟୋଲ ଫ୍ରି ନଂ-୦୧୩୫-୧୩୬୪କୁ କଲ୍‌ କରି ରେଜିଷ୍ଟ୍ରେସନ କରିପାରିବେ । ସ୍ମାର୍ଟଫୋନରେ TouristCareUttarakhandମୋବାଇଲ ଆପ୍‌ରେ ରେଜିଷ୍ଟ୍ରେସନ କରିପାରିବେ ।

ସୂଚନାଯୋଗ୍ୟ, ବିଶ୍ୱପ୍ରସିଦ୍ଧ ଗଙ୍ଗୋତ୍ରୀ ଧାମ କପାଟ ଖୋଲିବା ତାରିଖ ଘୋଷଣା ହୋଇଛି । ଚଳିତବର୍ଷ ଅକ୍ଷୟ ତୃତୀୟା ଅବସରରେ ୧୦ ମଇକୁ ୧୨.୨୫ ମିନିଟ ଅଭିଜିତ ମୁହୂର୍ତ୍ତ ଏବଂ ଅମୃତ ବେଳାର ଗଙ୍ଗୋତ୍ରୀ ଧାମ କପାଟ ଖୋଲିବ । ସେହିପରି ଅକ୍ଷୟ ତୃତୀୟରେ ବାବା କେଦାରନାଥ ଧାମର କପାଟ ଖୋଲିବ । ଅକ୍ଷୟ ତୃତୀୟାରେ କେଦାରନାଥ କପାଟ ୧୦ ମଇ ସକାଳ ୭ଟା ଏବଂ ବଦ୍ରିନାଥ ଧାମ କପାଟ ୧୨ ମଇକୁ ବ୍ରହ୍ମମୁହୂର୍ତ୍ତ ୬ଟାରେ ଖୋଲିବ । ଯମୁନୋତ୍ରୀ କପାଟ ୧୦ ମଇରେ ଖୋଲିବ ।

The post ଚାରଧାମ ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କରିବେ appeared first on KNews Odisha.