ଦିଲ୍ଲୀ ସଚିବାଳୟରେ ସୁରକ୍ଷା ବ୍ୟବସ୍ତା କଡ଼ାକଡ଼ି: ବିନା ଅନୁମତିରେ ଯିବନି ଫାଇଲ୍, ପ୍ରବେଶରେ ପ୍ରତିବନ୍ଧକ
ନୂଆଦିଲ୍ଲୀ Delhi Assembly Election Results 2025: ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ପରେ ଦିଲ୍ଲୀ ସଚିବାଳୟ ନିୟମ କଡ଼ାକଡ଼ି ହୋଇଛି। ଶନିବାର ଦିଲ୍ଲୀ ସଚିବାଳୟ ପରିସରରୁ ଫାଇଲ୍, ଡକ୍ୟୁମେଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ ରେକର୍ଡଗୁଡ଼ିକୁ ବିନା ଅନୁମୋଦନରେ ବାହାରକୁ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ତା' ଛଡ଼ା ସଚିବାଳୟ ପରିସର ଭିତରକୁ ବ୍ୟକ୍ତିବିଶେଷଙ୍କ ପ୍ରବେଶକୁ ପ୍ରତିବନ୍ଧିତ ଲଗାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।୧୦ ବର୍ଷ ହେଲା ଦିଲ୍ଲୀରେ କ୍ଷମତାର ଥିବା ଆପ୍ ହରାଇ ୨୭ ବର୍ଷ ପରେ ଶାସନ ଗାଦିକୁ ଫେରିଛି ବିଜେପି। ହେଲେ ମୁଖ୍ୟମନ୍ତ୍ରୀ ଆସନ ଅଂଳକୃତ କରିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ। ଶନିବାର ଏନେଇ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଡକ୍ୟୁମେଣ୍ଟ ଏବଂ ଫାଇଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ପଢନ୍ତୁ- ଦିଲ୍ଲୀରେ ଆପ୍ର ପରାଜୟ ସହିତ କମିଲା ୧୦% ଭୋଟ ଶେୟାର, ବିଜେପିର ୭% ବୃଦ୍ଧିନିର୍ଦ୍ଦେଶରେ କୁହାଯାଇଛି, "ଡକ୍ୟୁମେଣ୍ଟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ, ଜଏଡିର ଅନୁମତି ବିନା ଦିଲ୍ଲୀ ସଚିବାଳୟ ପରିସର ବାହାରେ କୌଣସି ଫାଇଲ୍, ଡକ୍ୟୁମେଣ୍ଟ୍, କମ୍ପ୍ୟୁଟର ହାର୍ଡୱେର୍ ଇତ୍ୟାଦି ନିଆଯିବ ଉଚିତ୍ ନୁହେଁ । ତେଣୁ ନିର୍ଦ୍ଦେଶ ଦିଆଯାଉଛି ଯେ ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ସମସ୍ତ ବିଭାଗ ଓ ଅଫିସର
ନୂଆଦିଲ୍ଲୀ Delhi Assembly Election Results 2025: ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତିବା ପରେ ଦିଲ୍ଲୀ ସଚିବାଳୟ ନିୟମ କଡ଼ାକଡ଼ି ହୋଇଛି। ଶନିବାର ଦିଲ୍ଲୀ ସଚିବାଳୟ ପରିସରରୁ ଫାଇଲ୍, ଡକ୍ୟୁମେଣ୍ଟ୍ ଏବଂ ଇଲେକ୍ଟ୍ରୋନିକ୍ ରେକର୍ଡଗୁଡ଼ିକୁ ବିନା ଅନୁମୋଦନରେ ବାହାରକୁ ନିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ତା' ଛଡ଼ା ସଚିବାଳୟ ପରିସର ଭିତରକୁ ବ୍ୟକ୍ତିବିଶେଷଙ୍କ ପ୍ରବେଶକୁ ପ୍ରତିବନ୍ଧିତ ଲଗାଇବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
୧୦ ବର୍ଷ ହେଲା ଦିଲ୍ଲୀରେ କ୍ଷମତାର ଥିବା ଆପ୍ ହରାଇ ୨୭ ବର୍ଷ ପରେ ଶାସନ ଗାଦିକୁ ଫେରିଛି ବିଜେପି। ହେଲେ ମୁଖ୍ୟମନ୍ତ୍ରୀ ଆସନ ଅଂଳକୃତ କରିବା ପୂର୍ବରୁ ଆରମ୍ଭ ହୋଇଗଲାଣି ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ। ଶନିବାର ଏନେଇ ସାଧାରଣ ପ୍ରଶାସନ ବିଭାଗ (ଜିଏଡି) ଡକ୍ୟୁମେଣ୍ଟ ଏବଂ ଫାଇଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛି।
ପଢନ୍ତୁ- ଦିଲ୍ଲୀରେ ଆପ୍ର ପରାଜୟ ସହିତ କମିଲା ୧୦% ଭୋଟ ଶେୟାର, ବିଜେପିର ୭% ବୃଦ୍ଧି
ନିର୍ଦ୍ଦେଶରେ କୁହାଯାଇଛି, "ଡକ୍ୟୁମେଣ୍ଟର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ, ଜଏଡିର ଅନୁମତି ବିନା ଦିଲ୍ଲୀ ସଚିବାଳୟ ପରିସର ବାହାରେ କୌଣସି ଫାଇଲ୍, ଡକ୍ୟୁମେଣ୍ଟ୍, କମ୍ପ୍ୟୁଟର ହାର୍ଡୱେର୍ ଇତ୍ୟାଦି ନିଆଯିବ ଉଚିତ୍ ନୁହେଁ । ତେଣୁ ନିର୍ଦ୍ଦେଶ ଦିଆଯାଉଛି ଯେ ଦିଲ୍ଲୀ ସଚିବାଳୟରେ ଅବସ୍ଥିତ ସମସ୍ତ ବିଭାଗ ଓ ଅଫିସର୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିଜର ରେକର୍ଡ, ଫାଇଲ୍, ଡକ୍ୟୁମେଣ୍ଟ, ଇଲେକ୍ଟ୍ରୋନିକ୍ ଫାଇଲ୍ ଇତ୍ୟାଦି ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଜାରି କରିବେ।" ଏହି ନିର୍ଦ୍ଦେଶ ସଚିବାଳୟର ସମସ୍ତ ଅଧିକାରୀ, ମନ୍ତ୍ରୀଙ୍କ କ୍ୟାମ୍ପ ଅଫିସ ଏବଂ ଉଭୟ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ପାଇଁ ଜାରି ହୋଇଛି।
ସେହିପରି ଅନ୍ୟ ଏକ ଆଦେଶରେ, ବିଭାଗ କହିଛି ଯେ ସଚିବାଳୟ ପରିସରରେ ବ୍ୟକ୍ତିଗତ ବ୍ୟକ୍ତିମାନଙ୍କର ପ୍ରବେଶ କେବଳ ସେମାନଙ୍କ ପରିଚୟ ଏବଂ ଗସ୍ତର ଉଦ୍ଦେଶ୍ୟର ସଠିକ୍ ଯାଞ୍ଚ ପରେ ଅନୁମତି ଦିଆଯିବ। ଦିଲ୍ଲୀ ସଚିବାଳୟର ସମସ୍ତ ମହଲାରେ କଡ଼ା ନଜର ରଖିବା ପାଇଁ ପ୍ରାଇଭେଟ୍ ସୁରକ୍ଷା କର୍ମୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ସମସ୍ତ ମହଲାରେ ୨୪ ଘଣ୍ଟା ସିସି ଟିଭି କ୍ୟାମେରା ଚାଲୁ ରଖିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।
ସଚିବାଳୟ କହିଛି ଯେ ଦିଲ୍ଲୀ ପୋଲିସ କର୍ମଚାରୀ ଏବଂ ରିସେପସନ କର୍ମଚାରୀମାନଙ୍କୁ ମଧ୍ୟ ଏହି ସମ୍ପର୍କରେ ସଚେତନ କରାଯିବା ଉଚିତ। ଏହା ସହିତ, ଘରୋଇ ସୁରକ୍ଷା କର୍ମୀମାନଙ୍କୁ ପରିସରର ସମସ୍ତ ମହଲାରେ ସତର୍କତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ ଯେକୌଣସି ଅପ୍ରୀତିକର ଘଟଣା ଘଟିଲେ ତୁରନ୍ତ ସୁରକ୍ଷା କର୍ମୀଙ୍କୁ ରିପୋର୍ଟ କରାଯିବାକୁ ନିର୍ଦ୍ଦେଶ ହୋଇଛି।
ପଢନ୍ତୁ- ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଉଦ୍ୟମ କରିବେ କେଜରିୱାଲ!
ସୂଚନା ଥାଉକି ଗତକାଲି ଘୋଷଣା ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳରେ ବିଜେପି ୭୦ ଆସନରୁ ୪୮ ଆସନ ଜିତି ବିଜୟୀ ହୋଇଛି। ଆପ୍ ମାତ୍ର ୨୨ ଆସନ ରଖିବାରେ ସକ୍ଷମ ହୋଇଛି। ବିଜେପି ଦୀର୍ଘ ୨୭ ବର୍ଷ ପରେ ପୁଣି ଦିଲ୍ଲୀ ଗାଦିକୁ ଫେରିଛି। ଆପ୍ର ବହୁ ବରିଷ୍ଠ ନେତା ଏମିତିକି ଦଳର ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ସମେତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ମନ୍ତ୍ରୀ ସୌରଭ ଭରଦ୍ୱାଜ ଆଦି ପରାସ୍ତ ହୋଇଛନ୍ତି। ତଥାପି, ବିଦାୟୀ ମୁଖ୍ୟମନ୍ତ୍ରୀ ଅତିଶୀ ବିଜେପିର ରମେଶ ବିଧୁରୀଙ୍କୁ ପରାସ୍ତ କରି ନିର୍ବାଚନରେ ଜିତିଛନ୍ତି।