ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୫ ବର୍ଷ ପରେ ଭୋଟରମାନେ ସେମାନଙ୍କ ପସନ୍ଦର ପ୍ରାଥୀଙ୍କୁ ବାଛିବେ। ଏଥିପାଇଁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସବୁ ଦଳର ପ୍ରାର୍ଥୀ ମାନେ ମଧ୍ୟ ଭୋଟ ଦାନ କେନ୍ଦ୍ରକୁ ଯାଇ ଭୋଟର ମାନଙ୍କୁ ଏହି ଗଣତନ୍ତ୍ରର ମହାନ ପର୍ବରେ ସାମିଲ […] The post ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼ appeared first on Dharitri Odia News.

ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼

ଫୁଲବାଣୀ, ୨୦।୫(ରାକେଶ କୁମାର ରାଉତ):ସାଧାରଣ ନିର୍ବାଚନର ଦିତୀୟ ପର୍ଯ୍ୟାୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଦାନ କେନ୍ଦ୍ରରେ ଭୋଟରମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୫ ବର୍ଷ ପରେ ଭୋଟରମାନେ ସେମାନଙ୍କ ପସନ୍ଦର ପ୍ରାଥୀଙ୍କୁ ବାଛିବେ। ଏଥିପାଇଁ ସେମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି। ସବୁ ଦଳର ପ୍ରାର୍ଥୀ ମାନେ ମଧ୍ୟ ଭୋଟ ଦାନ କେନ୍ଦ୍ରକୁ ଯାଇ ଭୋଟର ମାନଙ୍କୁ ଏହି ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ବିଶେଷ କରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଆସିଥିବା ଯୁବତୀଯୁବକମାନଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି।
କନ୍ଧମାଳ ଜିଲାରେ ଏଥର ୫ ଲକ୍ଷ ୬୮ ହଜ଼ାର ୯୬୧ ଜଣ ଭୋଟର ଅଛନ୍ତି।ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୭୪ ହଜ଼ାର ୮୩୮ ଜଣ ପୁରୁଷ ଓ ୨ ଲକ୍ଷ ୯୪ ହଜ଼ାର ୫୦ ଜଣ ମହିଳା ଭୋଟର ରହିଛନ୍ତି। ଏହା ସହିତ ୭୩ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି। ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୧୧ହଜ଼ାର ୨୪୮ ଜଣ ଥିବା ବେଳେ ଯୁବ ଭୋଟର ସଂଖ୍ୟା୧୪ ହଜ଼ାର ୩୩୦ ଅଛନ୍ତି । ଜିଲାର ମୋଟ ୬୬୧ଟି ବୁଥରେ ଭୋଟ ଗ୍ରହଣ ହେଉଛି।

The post ଚାଲିଛି ଗଣତନ୍ତ୍ରର ମହାପର୍ବ: ଭୋଟ ଦେବାକୁ ପ୍ରବଳ ଭିଡ଼ appeared first on Dharitri Odia News.