ଚାଲିଥିଲା ଶୁଣାଣି, ମହିଳା ଜଜ୍‌ଙ୍କୁ ପିଟିଲେ ଅଭିଯୁକ୍ତ

ଏହି ପୂରା ଘଟଣାର ଦୃଶ୍ୟ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି।

ଚାଲିଥିଲା ଶୁଣାଣି, ମହିଳା ଜଜ୍‌ଙ୍କୁ ପିଟିଲେ ଅଭିଯୁକ୍ତ

ଚାଲିଥିଲା ଶୁଣାଣି। ରାୟ ଶୁଣାଉଥିଲେ ଜଜ୍‌। ଏତିକି ବେଳେ ହଠାତ୍‌ ଜଜ୍‌ଙ୍କ ଉପରକୁ ଡେଇଁପଡିଲେ ଅଭିଯୁକ୍ତ। ତାଙ୍କୁ ଆକ୍ରମଣ କଲେ। ଆମେରିକା ଲାସ ଭେଗାସର ଏକ କୋର୍ଟ ରୁମ୍‌ ଭିତରେ ଏଭଳି କିଛି ହଙ୍ଗମା ଦେଖିବାକୁ ମିଳିଛି।

ଗୁଣ୍ଡାଗର୍ଦ୍ଦି ମାମଲାରେ ଅଭିଯୁକ୍ତ ଡିୟୋବ୍ରା ରେଡ୍ଡନ୍‌ଙ୍କୁ ଲାସ ଭେଗାସର ଏକ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲର ଶୁଣାଣି ପରେ ଜଜ୍‌ ମେରି କେ ହୋଲ୍ଥସ୍‌ ରାୟ ଶୁଣାଉଥିଲେ। ସେ ଅଭିଯୁକ୍ତ ଡିୟୋବ୍ରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଶୁଣାଉଥିଲେ। ଏହି ସମୟରେ ହଠାତ୍‌ ଅଭିଯୁକ୍ତ ଜଣକ ମହିଳା ବିଚାରପତିଙ୍କ ଉପରକୁ ଦୌଡି ଆସି ଡେଇଁ ପଡିଥିଲା ଏବଂ ତାଙ୍କୁ ମାଡ଼ ମାରିବାକୁ ଲାଗିଥିଲା।

ଏହାଦେଖି ତୁରନ୍ତି ସୁରକ୍ଷାକର୍ମୀମାନେ ତାଙ୍କୁ ଛଡାଇବାକୁ ଚେଷ୍ଟା କରିଥିଲେ। ହେଲେ ଅଭିଯୁକ୍ତ ଜଣକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଛାଡିନଥିଲା। ସେ ସୁରକ୍ଷାକର୍ମୀଙ୍କ ଉପରେ ମୁଥ ଚାପୁଡା ବର୍ଷାଇଥିଲା। ଏହି ପୂରା ଘଟଣାର ଦୃଶ୍ୟ କୋର୍ଟ ରୁମ୍‌ରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇଛି।