ଚାଷକାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ଖୋର୍ଦ୍ଧା,୩୦ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ଜୟମଙ୍ଗଳ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ବୟ ହେଲେ ନାରଣ ପ୍ରଧାନ(୬୨) ଓ ସରୋଜ ଜେନା(୪୨)। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି। ଆଜି ଉଭୟ ବିଲରେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଉଭୟ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ […] The post ଚାଷକାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ appeared first on Dharitri Odia News.

ଚାଷକାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ

ଖୋର୍ଦ୍ଧା,୩୦ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ଜୟମଙ୍ଗଳ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ବୟ ହେଲେ ନାରଣ ପ୍ରଧାନ(୬୨) ଓ ସରୋଜ ଜେନା(୪୨)।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି। ଆଜି ଉଭୟ ବିଲରେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଉଭୟ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବରପାଇ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ବନା ଦେଇଥିଲେ। ଆର୍ଥିକ ସହଯୋଗ ପାଇଁ ଜିଲା ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

The post ଚାଷକାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ appeared first on Dharitri Odia News.