ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଫରେଷ୍ଟ ସେକ୍ସନ୍‌ ଅଧୀନ କନ୍ଦାବୁଟ୍ରା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦)। ମିଳିଥିବା ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟରେ ଥିବା ଚାଷଜମିକୁ ଯାଉଥିଲେ। ସେତିକିବେଳେ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଥିବା ଦୁଇଟି ଭାଲୁ କେନାଲ ନିକଟରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଶୁଣି […] The post ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ appeared first on Dharitri Odia News.

ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଫରେଷ୍ଟ ସେକ୍ସନ୍‌ ଅଧୀନ କନ୍ଦାବୁଟ୍ରା ଗ୍ରାମରେ ଗୁରୁବାର ଏକ ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପୂର୍ଣ୍ଣଚନ୍ଦ୍ର ମାଝୀ(୬୦)।

ମିଳିଥିବା ସୂଚନା ମୁତାବକ, ପୂର୍ଣ୍ଣଚନ୍ଦ୍ର ଗାଁ ନିକଟରେ ଥିବା ଚାଷଜମିକୁ ଯାଉଥିଲେ। ସେତିକିବେଳେ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇଥିବା ଦୁଇଟି ଭାଲୁ କେନାଲ ନିକଟରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଶୁଣି ଘଟଣାସ୍ଥଳରେ ପହଞ୍ଚି ଭାଲୁ ହାବୁଡ଼ରୁ ତାଙ୍କୁ ଉଦ୍ଧାର କରିଥିଲେ। ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ଆଣି ଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭବାନୀପାଟଣା ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପରିବାର ଲୋକେ କୋକସରା ଫରେଷ୍ଟ କର୍ମଚାରୀଙ୍କୁ ଖବର ଦେବା ପରେ ମଧ୍ୟ କୌଣସି କର୍ମଚାରୀ ହସ୍ପିଟାଲରେ ପହଞ୍ଚି ନ ଥିଲେ।

କେତେକ ଖବରଦାତା ଘଟଣା ସମ୍ପର୍କରେ ଜଣାଇବା ନେଇ କୋକସରା ଫରେଷ୍ଟର ରଶ୍ମୀ ରଞ୍ଜିତା ନାଏକଙ୍କୁ ମୋବାଇଲ ଫୋନ୍‌ରେ ଯୋଗାଯୋଗ କରିଥିଲେ। ହେଲେ ସେ ସେ ଫୋନ ଉଠାଇ ନ ଥିଲେ। ପରେ ଖବରଦାତମାନେ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଜଣାପଇବା ପରେ ଫରେଷ୍ଟର ତତ୍ପରତା ଦେଖାଇ ଥିଲେ। ପରେ ସେ ଭବାନୀପାଟଣା ଯାଇ ଗୁରୁତର ପୂର୍ଣ୍ଣଚନ୍ଦ୍ରଙ୍କୁ ଭେଟି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ।

ଏପରି କି ସରକାରୀସ୍ତରରେ ଯାହା ବି କ୍ଷତିପୂରଣ ରହିଛି ତାଙ୍କୁ ପ୍ରଦାନ କରାଯିବ ବୋଲି ଫରେଷ୍ଟର ନାଏକ କହିଛନ୍ତି। କୋକସରା ଫରେଷ୍ଟ ବିଟରେ ନିୟୋଜିତ ଥିବା ଫରେଷ୍ଟ ଗାର୍ଡ ମଧ୍ୟ ଘଟଣା ସମୟରେ ଅନୁପସ୍ଥିତ ଥିବା ଜଣାପଡିଛି। ତେବେ ବନ ବିଭାଗ କର୍ମଚାରୀଙ୍କ ଦାୟିତ୍ୱ ହୀନତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ଜଙ୍ଗଲରୁ ଭାଲୁ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ବେଳେ ଜନସାଧାରଣ ଭୟ ଓ ଆତଙ୍କ ମଧ୍ୟରେ ରହୁଛନ୍ତି। ବନ ବିଭାଗ ଯତ୍ନବାନ ହୋଇ ପେଟ୍ରୋଲିଂ କରିବା ସହ ସଚେତନତା କରିବା ପାଇଁ ସାଧାରଣରେ ଦାବି ହୋଇଛି।

The post ଚାଷଜମିକୁ ଯାଉଥିଲେ: ମାଡ଼ି ବସିଲେ ୨ ଭାଲୁ appeared first on Dharitri Odia News.