ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ
ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ପଞ୍ଚାନନ ଓରଫ ପଞ୍ଚୁ (୫୨)କୁ ଗ୍ରାମ ନିକଟ କାନ୍ଦୁଲ ଘାଇ ନିକଟରେ ଥିବା କୋଠ ଜମିରେ ହତ୍ୟା କରା ଯାଇଥିଲା। ଏ ନେଇ ଧରାକୋଟ ଥାନାରେ ପଞ୍ଚୁଙ୍କ ସ୍ତ୍ରୀ ବୁଲି ଏତଲା ଦେଇଥିଲେ। ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ୍ ନଂ ୩୫୭/୨୪ରେ ଏକ ମାମଲା ରୁଜୁ ହୋଇଥିଲା। […] The post ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ appeared first on Dharitri Odia News.
ଧରାକୋଟ,୨୧ା୧୧: ଗାଁ କୋଠ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ଗତ ନଭେମ୍ବର ଦୁଇ ତାରିଖରେ ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଯୁଧିଷ୍ଠିର ଗୌଡ଼ଙ୍କ ପୁଅ ପଞ୍ଚାନନ ଓରଫ ପଞ୍ଚୁ (୫୨)କୁ ଗ୍ରାମ ନିକଟ କାନ୍ଦୁଲ ଘାଇ ନିକଟରେ ଥିବା କୋଠ ଜମିରେ ହତ୍ୟା କରା ଯାଇଥିଲା। ଏ ନେଇ ଧରାକୋଟ ଥାନାରେ ପଞ୍ଚୁଙ୍କ ସ୍ତ୍ରୀ ବୁଲି ଏତଲା ଦେଇଥିଲେ। ଏ ସଂକ୍ରାନ୍ତରେ ଧରାକୋଟ ଥାନାରେ କେସ୍ ନଂ ୩୫୭/୨୪ରେ ଏକ ମାମଲା ରୁଜୁ ହୋଇଥିଲା। ଏତଲାରେ ସେହି ଗ୍ରାମର ତଳ ସାହିର ସନ୍ତୋଷ ଗୌଡ଼ ଓ ତାଙ୍କ ଦୁଇପୁଅ ଶିବ ପ୍ରସାଦ ଗୌଡ଼ ଓ ଶଙ୍କର୍ଷଣ ଗୌଡ଼ଙ୍କ ନାଁ ଉଲ୍ଲେଖ ରହିଥିଲା। ସେହିଦିନଠାରୁ ଅଭିଯୁକ୍ତମାନେ ଫେରାର ରହିଥିବା ବେଳେ ଏତଲାକୁ ଆଧାର କରି ଧରାକୋଟ ପୋଲିସ ତଦନ୍ତକୁ ଜୋରଦାର କରି ଏଥିରେ ସଂପୃକ୍ତ ଶଙ୍କର୍ଷଣ ଓ ଶିବ ପ୍ରସାଦଙ୍କୁ ଦିଗପହଣ୍ଡି ନିକଟରୁ ଗିରଫ କରି କୋର୍ଟ ଚାଲାଣ କରଯାଇଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ବାଇଁ ପ୍ରକାଶ କରିଛନ୍ତି।
The post ଚାଷଜମିରେ ପାଣି ମଡ଼ାଇବାକୁ ନେଇ ହତ୍ୟା: ୨ ଗିରଫ appeared first on Dharitri Odia News.