ଚାଷୀଙ୍କ ଅଜାଣତରେ ଟଙ୍କା ହଡ଼ପ ଘଟଣା:ରାଜକନିକାରୁ ରାଜଧାନୀକୁ ଚାଷୀଙ୍କ ପଦଯାତ୍ରା

ରାଜକନିକା,୧୯ା୯(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଚାଷୀମାନଙ୍କ ଅଜାଣତରେ ଟଙ୍କା ହେରଫେର ହୋଇଛି। ଏହି ଘଟଣାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି କରାଯାଇଛି। ସେଥିପାଇଁ ସମବାୟ ସମିତିର ସମ୍ପାଦକ ଅସିତ କୁମାର ବେହୁରିଆ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସଞ୍ଜୟ କୁମାର ମହାପାତ୍ରଙ୍କ ବିରୋଧରେ ସମିତିର ଚାଷୀମାନେ ଗତ ଅଗଷ୍ଟ ୩ ତାରିଖରେ ରାଜକନିକା ଥାନାରେ ଏତଲା ଦେଇଥିଲେ। ଏହାପରେ ଉପରୋକ୍ତ […] The post ଚାଷୀଙ୍କ ଅଜାଣତରେ ଟଙ୍କା ହଡ଼ପ ଘଟଣା:ରାଜକନିକାରୁ ରାଜଧାନୀକୁ ଚାଷୀଙ୍କ ପଦଯାତ୍ରା appeared first on Dharitri Odia News.

ଚାଷୀଙ୍କ ଅଜାଣତରେ ଟଙ୍କା ହଡ଼ପ ଘଟଣା:ରାଜକନିକାରୁ ରାଜଧାନୀକୁ ଚାଷୀଙ୍କ ପଦଯାତ୍ରା

ରାଜକନିକା,୧୯ା୯(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣା ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)ରେ ଚାଷୀମାନଙ୍କ ଅଜାଣତରେ ଟଙ୍କା ହେରଫେର ହୋଇଛି। ଏହି ଘଟଣାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି କରାଯାଇଛି। ସେଥିପାଇଁ ସମବାୟ ସମିତିର ସମ୍ପାଦକ ଅସିତ କୁମାର ବେହୁରିଆ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ସଞ୍ଜୟ କୁମାର ମହାପାତ୍ରଙ୍କ ବିରୋଧରେ ସମିତିର ଚାଷୀମାନେ ଗତ ଅଗଷ୍ଟ ୩ ତାରିଖରେ ରାଜକନିକା ଥାନାରେ ଏତଲା ଦେଇଥିଲେ। ଏହାପରେ ଉପରୋକ୍ତ ୨ ଅଧିକାରୀଙ୍କ ବିରୋଧରେ ୧୨ଟି ଏତଲା ହୋଇଛି। ହେଲେ ପୋଲିସ ମାତ୍ର ଗୋଟିଏ ମାମଲା ରୁଜୁ କରି ଚୁପ୍‌ ବସିଛି । ଅନ୍ୟପଟେ ସମସ୍ତ ପ୍ରମାଣ ଥାଇ ମଧ୍ୟ ସମବାୟ ବିଭାଗ ପକ୍ଷରୁ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ଗତ ୧୦ତାରିଖରୁ ପେଗରପଡ଼ା ସମିତି ସଭ୍ୟ ପ୍ରବେଶନ ମଲିକ ଚାଷୀମାନଙ୍କୁ ନେଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନରେ ଆଜକୁ ୯ଦିନ ହେବ ବସିଛନ୍ତି। ହେଲେ ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ସମସ୍ତେ ନୀରବଦ୍ରଷ୍ଟା ସାଜିଛନ୍ତି। ଏହାର ପ୍ରତିବାଦରେ ଚାଷୀମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ବୁଧବାରଠାରୁ ପଦଯାତ୍ରାରେ ବାହାରିଛନ୍ତି। ଭୁବନେଶ୍ୱର ପହଞ୍ଚତ୍ବାକୁ ହେଲେ ଚାଷୀମାନଙ୍କୁ ପ୍ରାୟ ୧୫୦ କି.ମି.ଚାଲିବାକୁ ପଡିବ। ନ୍ୟାୟ ପାଇବା ଆଶା ନେଇ ଚାଷୀମାନେ ପଦଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍‌ ଧରିଛନ୍ତି। ପଦଯାତ୍ରାରେ ଚାଷୀ, ଯୁବକ, ମହିଳା ଓ ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଏହି ପଦଯାତ୍ରାରେ କୃଷକ ନେତା ରାଜନାରାୟଣ ଜେନା, ଚାଷୀ ସୂର୍ଯ୍ୟମଣି ସାହୁ, ଶୁଭ୍ରଜିତ୍‌ ବିଶ୍ୱାଳ, ସଂଗ୍ରାମ ମଲିକ, ରଜତ ଦାସ, ଜଗନ୍ନାଥ ସାମଲ, ପବିତ୍ର ମୋହନ ମିଶ୍ର ପ୍ରମୁଖ ଶତାଧିକ ଚାଷୀ ସାମିଲ ହୋଇଛନ୍ତି ା

The post ଚାଷୀଙ୍କ ଅଜାଣତରେ ଟଙ୍କା ହଡ଼ପ ଘଟଣା:ରାଜକନିକାରୁ ରାଜଧାନୀକୁ ଚାଷୀଙ୍କ ପଦଯାତ୍ରା appeared first on Dharitri Odia News.