ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଯିବେ ୧୦୧ ଚାଷୀ ,ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦାବି

ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଅଭିଯାନ। ଏମଏସପି ଗ୍ୟାରେଣ୍ଟି ଦାବି ନେଇ ଆଜି ଦିଲ୍ଲୀ ଚଲୋ ଅଭିଯାନ ଦେଇଛନ୍ତି... The post ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଯିବେ ୧୦୧ ଚାଷୀ ,ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦାବି appeared first on .

ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଯିବେ ୧୦୧ ଚାଷୀ ,ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦାବି

ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଅଭିଯାନ। ଏମଏସପି ଗ୍ୟାରେଣ୍ଟି ଦାବି ନେଇ ଆଜି ଦିଲ୍ଲୀ ଚଲୋ ଅଭିଯାନ ଦେଇଛନ୍ତି କୃଷକ ସଂଗଠନ। ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ପୂର୍ବରୁ ଦିଲ୍ଲୀ ଚଲୋ ଅଭିଯାନ ନାରା ଦେଇଥିବା ଚାଷୀ ସୀମାନ୍ତ ସମ୍ଭୁ ବର୍ଡରେ ଅଟକି ଅଛନ୍ତି। ଆଜିଠାରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା କୃଷକ ସଂଗଠନ। ଚାଷୀଙ୍କ ଆନ୍ଦୋଳନ ଡାକରା ଦେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ। ଶମ୍ଭୁ ବର୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଚାଷୀଙ୍କ ଆନ୍ଦୋଳନ ସମୟରେ ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।

The post ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଯିବେ ୧୦୧ ଚାଷୀ ,ଏମଏସପି ନେଇ ଆଇନଗତ ଗ୍ୟାରେଣ୍ଟି ଦାବି appeared first on .