ଚାଷୀଙ୍କ ପାଇଁ ଖୁସି ଖବର ! ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ। ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୨୪ ଜିଲ୍ଲାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟରେ ଉପକୂଳରେ ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ କାଲି ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିସ୍ତୃତ ଅଞ୍ଚଳରେ ଚାଷ ଜମି ଶୁଖିଲା ପଡ଼ିଥିଲା। ଚାଷୀ ଧାନ ବୁଣିବାକୁ ଅପେକ୍ଷା କରି ରହିଥିଲା। କଳାହାଣ୍ଡିରେ ୭୫% ବର୍ଷା ନିଅଣ୍ଟିଆ ସ୍ଥିତି ଥିବାବେଳେ ମୟୂରଭଞ୍ଜରେ ୭୩%, କେନ୍ଦୁଝରରେ ୭୨%, ବୌଦ୍ଧରେ ୭୩%, ପୁରୀରେ ୭୦%, ବଲାଙ୍ଗୀରରେ ୬୬%, ବାଲେଶ୍ୱରରେ ୬୮%, ଖୋର୍ଦ୍ଧାରେ ୬୪%, ନୟାଗଡ଼ରେ ୬୦%, ଅନୁଗୁଳରେ ୬୭% ବର୍ଷା ନିଅଣ୍ଟିଆ ସ୍ଥିତି ଚିନ୍ତା ବଢ଼ାଇଛି।Southwest Monsoon has further advanced into some more parts of Odisha and covered #24districts namely; Malkangiri, Koraput, Rayagada, Gajapati, Ganjam, Puri, Nayagarh, Nabarangpur, Nuapada, Kalahandi, Kandhamal, Bolangir, Boudh, Sonepur, Bargarh, Angul, Dhenkanal, Khordha, pic.twitter.com/VVKc2BJjfK— Meteorological Centre, Bhubaneswar (@mcbbsr) June 21, 2024ସେପଟେ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ର
ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ। ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୨୪ ଜିଲ୍ଲାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟରେ ଉପକୂଳରେ ୨ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଓ କାଲି ପ୍ରବଳ ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ବିସ୍ତୃତ ଅଞ୍ଚଳରେ ଚାଷ ଜମି ଶୁଖିଲା ପଡ଼ିଥିଲା। ଚାଷୀ ଧାନ ବୁଣିବାକୁ ଅପେକ୍ଷା କରି ରହିଥିଲା। କଳାହାଣ୍ଡିରେ ୭୫% ବର୍ଷା ନିଅଣ୍ଟିଆ ସ୍ଥିତି ଥିବାବେଳେ ମୟୂରଭଞ୍ଜରେ ୭୩%, କେନ୍ଦୁଝରରେ ୭୨%, ବୌଦ୍ଧରେ ୭୩%, ପୁରୀରେ ୭୦%, ବଲାଙ୍ଗୀରରେ ୬୬%, ବାଲେଶ୍ୱରରେ ୬୮%, ଖୋର୍ଦ୍ଧାରେ ୬୪%, ନୟାଗଡ଼ରେ ୬୦%, ଅନୁଗୁଳରେ ୬୭% ବର୍ଷା ନିଅଣ୍ଟିଆ ସ୍ଥିତି ଚିନ୍ତା ବଢ଼ାଇଛି।
Southwest Monsoon has further advanced into some more parts of Odisha and covered #24districts namely; Malkangiri, Koraput, Rayagada, Gajapati, Ganjam, Puri, Nayagarh, Nabarangpur, Nuapada, Kalahandi, Kandhamal, Bolangir, Boudh, Sonepur, Bargarh, Angul, Dhenkanal, Khordha, pic.twitter.com/VVKc2BJjfK— Meteorological Centre, Bhubaneswar (@mcbbsr) June 21, 2024
ସେପଟେ ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ।
ତେବେ ଆସନ୍ତା ୨୬/୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଦୁର୍ବଳ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ମାସ ଶେଷବେଳକୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ବଢ଼ିପାରେ।