ଚାଷୀଙ୍କୁ ଘାରିଛି ଲଘୁଚାପ ବର୍ଷା ଚିନ୍ତା, ଧାନ ଓ ପରିବା ଫସଲ ନଷ୍ଟ ହେବା ସମ୍ଭାବନା
ରେଢାଖୋଲ,ସମ୍ବଲପୁର : ଚାଷୀଙ୍କୁ ବର୍ଷା ଚିନ୍ତା । ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ଘାରିଛି ଚିନ୍ତା । ଜମି, ଖଳା ଏବଂ ମଣ୍ଡିରେ ଧାନ ଭିଜି ନଷ୍ଟ ହେବା ସମ୍ଭାବନା ରହିଛି । କ୍ଷେତରେ ପାଚିଲା ଧାନ କାଟି ଅନେକ ଗଦା କରିବାକୁ ତରତର ହେଉଥିବା ବେଳେ ଯେଉଁ ଚାଷୀମାନେ କାଟି ସାରିଛନ୍ତି ତାକୁ ଖଳାକୁ ବୋହି ଆଣୁଛନ୍ତି । ଅନେକ ସ୍ଥାନରେ ବିକ୍ରି ପାଇଁ ଚାଷୀ ଧାନ ଆଣି ମଣ୍ଡିରେ ରଖିଛନ୍ତି । […] The post ଚାଷୀଙ୍କୁ ଘାରିଛି ଲଘୁଚାପ ବର୍ଷା ଚିନ୍ତା, ଧାନ ଓ ପରିବା ଫସଲ ନଷ୍ଟ ହେବା ସମ୍ଭାବନା appeared first on KNews Odisha.

ରେଢାଖୋଲ,ସମ୍ବଲପୁର : ଚାଷୀଙ୍କୁ ବର୍ଷା ଚିନ୍ତା । ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ଥିବାରୁ ଚାଷୀଙ୍କୁ ଘାରିଛି ଚିନ୍ତା । ଜମି, ଖଳା ଏବଂ ମଣ୍ଡିରେ ଧାନ ଭିଜି ନଷ୍ଟ ହେବା ସମ୍ଭାବନା ରହିଛି । କ୍ଷେତରେ ପାଚିଲା ଧାନ କାଟି ଅନେକ ଗଦା କରିବାକୁ ତରତର ହେଉଥିବା ବେଳେ ଯେଉଁ ଚାଷୀମାନେ କାଟି ସାରିଛନ୍ତି ତାକୁ ଖଳାକୁ ବୋହି ଆଣୁଛନ୍ତି । ଅନେକ ସ୍ଥାନରେ ବିକ୍ରି ପାଇଁ ଚାଷୀ ଧାନ ଆଣି ମଣ୍ଡିରେ ରଖିଛନ୍ତି ।
ମଣ୍ଡି ପରିସର ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିଛି । ବର୍ଷା ହେଲେ ମଣ୍ଡିରେ ଧାନ ଭିଜିବା ଦ୍ବାରା ଧାନର ଆଦ୍ରତା ବଢିଯିବ । ଫଳରେ ଚାଷୀଙ୍କୁ ପୁଣି ଖରାରେ ଧାନ ଶୁଖାଇବାକୁ ପଡିବ । ବର୍ଷା ସମ୍ଭାବନା ଯୋଗୁ କେବଳ ଧାନ ନଷ୍ଟ ହେବନାହିଁ ବରଂ ପରିବା ଫସଲ ନଷ୍ଟ ହେବା ସମ୍ଭାବନା ରହିଛି ।
The post ଚାଷୀଙ୍କୁ ଘାରିଛି ଲଘୁଚାପ ବର୍ଷା ଚିନ୍ତା, ଧାନ ଓ ପରିବା ଫସଲ ନଷ୍ଟ ହେବା ସମ୍ଭାବନା appeared first on KNews Odisha.