ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୨୦୨୩ରେ ମିଗଜୋମ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳିପାରି ନାହିଁ। ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ […] The post ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ appeared first on Dharitri Odia News.
ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୨୦୨୩ରେ ମିଗଜୋମ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳିପାରି ନାହିଁ।
ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସଂଯୁକ୍ତ କୃଷକ ସଂଗଠନ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପ୍ରଶାସନ, ବୀମା କମ୍ପାନୀ ଏବଂ ଚାଷୀ ସଂଗଠନ ମଧ୍ୟରେ ତୁହାକୁ ତୁହା ବୈଠକ ବସିଛି। ହେଲେ ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରି ନାହିଁ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ସକାଳ ୯ଟାରୁ ବରଗ ରୋଡ ରେଳ ଷ୍ଟେଶନରେ ସଂଯୁକ୍ତ କୃଷକ ସଂଗଠନ ରେଲରୋକୋ ଆନ୍ଦୋଳନ କରିାକୁ ନିଷ୍ପତ୍ତି ନେଇଛି। ତେବେ ଆନ୍ଦୋଳନ ପୂର୍ବରୁ ବରଗଡ ରୋଡ ରେଳ ଷ୍ଟେଶନ ପୋଲିସ ଛାଉଣୀରେ ପରିଣତ ହୋଇଛି।
The post ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ appeared first on Dharitri Odia News.