ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଏହି ରୋଗରେ ପୀଡ଼ିତ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା। ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯିବେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ। ନବୀନ ସର୍ଭିକାଲ ଆର୍ଥ୍ରାଇଟିସ୍‌ ରୋଗରେ ପୀଡିତ ଅଛନ୍ତି।  ଏ ନେଇ ବୁଧବାର ନିଜେ ଏହାର ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି, ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମୁଁ ଏହି ମାସର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସର୍ଜରୀ କରାଇବି। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏସବୁ ବୁଝୁଛନ୍ତି। ତାଙ୍କ ତତ୍ତ୍ଵାବଧାନରେ ମୋର ଚିକିତ୍ସା ହେବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭାଇଭଉଣୀମାନଙ୍କ ଶୁଭକାମନା ସହିତ, ଆପଣ ସମସ୍ତଙ୍କ ସେବା ଜାରି ରଖିବା ପାଇଁ ସୁସ୍ଥ ହୋଇ ଶୀଘ୍ର ଫେରିବାକୁ ଅପେକ୍ଷା କରୁଛି।Jai Jagannatha ????????As advised by medical experts I would be undergoing a procedure for cervical arthritis on 22nd of this month at Kokilaben Dhirubhai Ambani Hospital in Mumbai. My personal doctor Dr Ramakant Panda is coordinating this in Mumbai. With blessings of Lord Jagannatha…— Naveen Patnaik (@Naveen_

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ଏହି ରୋଗରେ ପୀଡ଼ିତ ପୂର୍ବତନ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା। ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯିବେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ। ନବୀନ ସର୍ଭିକାଲ ଆର୍ଥ୍ରାଇଟିସ୍‌ ରୋଗରେ ପୀଡିତ ଅଛନ୍ତି।  ଏ ନେଇ ବୁଧବାର ନିଜେ ଏହାର ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। 

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ନବୀନ ପଟ୍ଟନାୟକ କହିଛନ୍ତି, ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ମୁଁ ଏହି ମାସର ୨୨ ତାରିଖରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସର୍ଜରୀ କରାଇବି। ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏସବୁ ବୁଝୁଛନ୍ତି। ତାଙ୍କ ତତ୍ତ୍ଵାବଧାନରେ ମୋର ଚିକିତ୍ସା ହେବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭାଇଭଉଣୀମାନଙ୍କ ଶୁଭକାମନା ସହିତ, ଆପଣ ସମସ୍ତଙ୍କ ସେବା ଜାରି ରଖିବା ପାଇଁ ସୁସ୍ଥ ହୋଇ ଶୀଘ୍ର ଫେରିବାକୁ ଅପେକ୍ଷା କରୁଛି।




ନବୀନଙ୍କ ସ୍ଵାସ୍ଥ୍ୟଗତ ଖବର ସାମ୍ନାକୁ ଆସିବା ପରେ ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ସୁସ୍ଥ କାମନା କରିଛନ୍ତି। ଏହା ପୂର୍ବରୁ ସରକାରରେ ଥିବା ସମୟରେ ନବୀନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ପ୍ରସଙ୍ଗ ପାଲଟିଥିଲା।