ଚିନାବାଦାମ ଚାଷ ଦେଇଛି ରୋଜଗାର

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମପଞ୍ଚାୟତ ପୁଟିଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ୨ ଏକର ଆଟ କିସମ ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟିଗାଁ ଚାଷୀ ମୁକ୍ତି ସିଆନ ସାହୁ। ଏଥିପାଇଁ ଗତ ଅକ୍ଟୋବର ୨୫ ତାରିଖରେ ଜମି ପ୍ରସ୍ତୁତ କରି ଏକର ପ୍ରତି ୩ ପକେଟ ଚିନାବାଦାମ ବିହନ ଲଗାଇଥିଲେ। ଯାହାର ମୂଲ୍ୟ ୪୫ ଶହ ଟଙ୍କା। ଏହା ବ୍ୟତୀତ ହଳ ବାବଦକୁ […] The post ଚିନାବାଦାମ ଚାଷ ଦେଇଛି ରୋଜଗାର appeared first on Dharitri Odia News.

ଚିନାବାଦାମ ଚାଷ ଦେଇଛି ରୋଜଗାର

କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମପଞ୍ଚାୟତ ପୁଟିଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ୨ ଏକର ଆଟ କିସମ ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟିଗାଁ ଚାଷୀ ମୁକ୍ତି ସିଆନ ସାହୁ। ଏଥିପାଇଁ ଗତ ଅକ୍ଟୋବର ୨୫ ତାରିଖରେ ଜମି ପ୍ରସ୍ତୁତ କରି ଏକର ପ୍ରତି ୩ ପକେଟ ଚିନାବାଦାମ ବିହନ ଲଗାଇଥିଲେ। ଯାହାର ମୂଲ୍ୟ ୪୫ ଶହ ଟଙ୍କା। ଏହା ବ୍ୟତୀତ ହଳ ବାବଦକୁ ୫୪ ଶହ ଟଙ୍କା, ସାର ଖତ ଓ ଔଷଧ ପାଇଁ ୪ ହଜାର ୫୦ ଟଙ୍କା, ଲେବର ବାବଦକୁ ୭ ହଜାର ୩ ଶହ ଟଙ୍କା ମୋଟ ୨୧ ହଜାର ୨ଶହ ୫୦ ଟଙ୍କା ଖର୍ଚ୍ଚ କରିଥିଲେ। ସେ ଚଳିତ ମାସ ପ୍ରଥମ ସପ୍ତାହରୁ ଅମଳ ଆରମ୍ଭ କରିଛନ୍ତି। ଏକରକୁ ୩୫ ପକେଟ ଅମଳ ହେବାକୁ ସେ ଆଶା ରଖିଛନ୍ତି। ତଦନୁସାରେ ପ୍ରତି ପକେଟକୁ ୧୬ ଶହ ଟଙ୍କା ଦରରେ ମୋଟ ୫୬ ହଜାର ଟଙ୍କାରେ ବିକ୍ରି କରିବେ। ତେବେ ସରକାରଙ୍କ ପକ୍ଷରୁ ଚାଷୀଙ୍କ ଆବଶ୍ୟକ ମୁତାବକ ବିହନ ଯୋଗାଇବା ସହ ଆର୍ଥିକ ସହାୟତା ଓ ମଣ୍ଡି ବ୍ୟବସ୍ଥା ମିଳିଲେ ଚାଷୀ ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୁଟିଗାଁର ୧୦ରୁ ଅଧିକ ଚାଷୀ ଚିନାବାଦାମ ଚାଷ କରି ଭଲ ଦୁଇ ପଇସା ରୋଜଗାର କରୁଥିବା ଜଣାପଡିଛି। ଅନ୍ୟପଟେ ଏହି ଚାଷ ମରୁଡି ସହଣୀ ଓ ରୋପୋକ ର ପଦୁର୍ଭା କମ ରହିଥିବା ତଥା କମ ଦିନରେ ଚାଷ ହୋଇଥିବାରୁ ଚାଷୀମାନେ ଆଗ୍ରହ ସହିତ ଏହି ଚାଷ କରିଥାନ୍ତି ବୋଲି ଚାଷୀ ରମେଶ ସାହୁ କହିଛନ୍ତି।

The post ଚିନାବାଦାମ ଚାଷ ଦେଇଛି ରୋଜଗାର appeared first on Dharitri Odia News.