ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା
ଭୁବନେଶ୍ୱର,୨୧।୪ (ଅନୁରାଧା ମହାରଣା): ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ୩୦ ଟଙ୍କା ହେଲାଣି। ଗତ ୧୫ ଦିନରେ ୧୦ ଟଙ୍କା ମହଙ୍ଗା ହୋଇଗଲାଣି। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ଗତ ସପ୍ତାହରେ ଏହି ଦର କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚତ୍ଥିଲା। ରୋଷେଇ ଘରର ଏହା […] The post ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା appeared first on Dharitri Odia News.
ଭୁବନେଶ୍ୱର,୨୧।୪ (ଅନୁରାଧା ମହାରଣା): ହରଡ଼ ଡାଲି ଓ ପାମୋଲିନ ତେଲ ପରେ ବଢ଼ୁଥିବା ଆଳୁ ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ବୃଦ୍ଧି ହୋଇ କିଲୋ ୩୦ ଟଙ୍କା ହେଲାଣି। ଗତ ୧୫ ଦିନରେ ୧୦ ଟଙ୍କା ମହଙ୍ଗା ହୋଇଗଲାଣି। ୧୫ ଦିନ ତଳେ ଆଳୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ଗତ ସପ୍ତାହରେ ଏହି ଦର କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚତ୍ଥିଲା। ରୋଷେଇ ଘରର ଏହା ଅତ୍ୟାବଶ୍ୟକ ସାମଗ୍ରୀ କୁହାଯାଉଥିବା ବେଳେ ଲଗାତର ବଢ଼ୁଥିତ୍ବା ଦର ମଧ୍ୟବିତ୍ତଙ୍କ ଉପରେ ସିଧାସଳଖ ପ୍ରଭାବ ପ୍ରକାଉଛି। ପାଇକାରୀ ଦର ୨୨ ଟଙ୍କା ରହୁଥିବାବେଳେ ଖୁଚୁରା ବଜାରରେ ଏହି ଦର ୩୦ ଟଙ୍କା ଅତିକ୍ରମ କରିଛି।
ଏ ନେଇ ଖୁଚୁରା ବେପାରୀ କହିଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ପ୍ରତିଦିନ ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଏଥିରେ ପୁଣି ଗାଡ଼ି ଭଡ଼ା ଏବଂ ମଜୁରି ମିଶାଇ ପରେ ଦର ବୃଦ୍ଧି ହେବା ସ୍ବାଭାବିକ ବୋଲି ବ୍ୟବସାୟୀମାନେ କହୁଛନ୍ତି।
ଅନ୍ୟପଟେ ପାଇକାରୀ ବ୍ୟବସାୟୀଙ୍କ ସୂଚନାନୁସାରେ ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନାହିଁ। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗତ କିଛିିଦିନ ହେଲା ପଶ୍ଚିମବଙ୍ଗ ଶୀତଳଭଣ୍ଡାରରେ ନୂଆ ଆଳୁ ଲୋଡିଂ ଚାଲିଥିବାବେଳେ ଉତ୍ତରପ୍ରଦେଶ ଆଳୁ ବର୍ତ୍ତମାନ ଯାଏ ଓଡ଼ିଶାରେ ନ ପହଞ୍ଚତ୍ତ୍ବା ଦର ବୃଦ୍ଧିର ମୁଖ୍ୟ କାରଣ। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି। ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନ କରାଗଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଶ୍ରୀଲଙ୍କା, ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ଚିନ୍ତା ବଢ଼ାଉଛି ଆଳୁ ଦର, ୧୫ ଦିନରେ ୧୦ ଟଙ୍କା ମହଙ୍ଗା appeared first on Dharitri Odia News.