ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କରିଛି। ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ। ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ। ଗଡ଼କରୀ ଆହୁରି କହିଛନ୍ତି, ରାଞ୍ଚିରୁ ସମ୍ବଲପୁର ୪ ଲେନ ରାସ୍ତା […] The post ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ appeared first on Dharitri Odia News.

ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ

ପୁରୀ,୯।୫: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର କୃଷ୍ଣପ୍ରସାଦରେ ନିଜର ଅଭିଭାଷଣ ରଖିଛନ୍ତି। ଏହି ସମୟରେ ଗଡ଼କରୀ ଓଡ଼ିଶା ପାଇଁ ଅନେକ ଘୋଷଣା କରିଛନ୍ତି। ସେ କହିଛନ୍ତି, ଆଜି ଜଗନ୍ନାଥଙ୍କୁ ଦର୍ଶନ ବେଳେ ଦେଶକୁ ସୁଖୀ, ସମୃଦ୍ଧ କାମନା କରିଛି। ଓଡ଼ିଶାର ବିସ୍ତୃତ ସମୁଦ୍ର କୂଳ ରାଜ୍ୟ ପାଇଁ ବଡ଼ ତାକତ। ଆମେ ମତ୍ସ୍ୟଜୀବୀଙ୍କୁ ଶହେ ନଟିକାଲ ମାଇଲ ଦକ୍ଷତା ବିଶିଷ୍ଟ ଟ୍ରଲର ଦେଇଛୁ।

ଗଡ଼କରୀ ଆହୁରି କହିଛନ୍ତି, ରାଞ୍ଚିରୁ ସମ୍ବଲପୁର ୪ ଲେନ ରାସ୍ତା ହେବ, ନିର୍ବାଚନ ପରେ କାମ ଆରମ୍ଭ ହେବ। ଭୁବନେଶ୍ୱର ରିଂ ରୋଡ କାମ ଅକ୍ଟୋବରରୁ ଆରମ୍ଭ ହେବ। ସେହିପରି ସମ୍ବଲପୁରରେ ୩୫ କିମି ୪ ଲେନ ବିଶିଷ୍ଟ ରିଂ ରୋଡ ହେବ। ଏଥିସହ ଚିଲିକାରେ ସେତୁ ନିର୍ମାଣ ପାଇଁ ବି ଗଡ଼କରୀ ଘୋଷଣା କରିଛନ୍ତି। ଗଡ଼କରୀ କହିଛନ୍ତି, ଡିପିଆର୍‌ ପ୍ରସ୍ତୁତ ହୋଇଯାଇଛି, ନିର୍ବାଗନ ପରେ କାମ ଆରମ୍ଭ ହେବ।

The post ଚିଲିକାରେ ବ୍ରିଜ୍‌ ନିର୍ମାଣ ହେବ: ଓଡ଼ିଶା ପାଇଁ ଏହି ସବୁ ଘୋଷଣା କଲେ ନୀତିନ ଗଡ଼କରୀ appeared first on Dharitri Odia News.