ଚିଲିରେ ଭୟଙ୍କର ବନାଗ୍ନୀ, ଗଲାଣି ୧୨୨ ଜୀବନ
ଡେସ୍କ: ଚିଲିର ଭାଲପାରାଇସୋ ଅଞ୍ଚଳରେ ବନାଗ୍ନୀ ଯୋଗୁ ଘରଦ୍ୱାର ଜଳି ନଷ୍ଟ ହୋଇଯିବା ଫଳରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗତ ସପ୍ତାହରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ପର୍ଯ୍ୟଟକ ମାନେ ସମୁଦ୍ର କୂଳରେ ଥିବା ଭିନା ଡେଲ୍ ମାର୍ ଏବଂ ଭାଲପାରାସୋ ସହରକୁ ଚାଲି ଯାଇଥିଲେ। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାକାଶରୁ ଉପଗ୍ରହ ଦ୍ୱାରା ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ନିକଟବର୍ତ୍ତୀ […]

ଡେସ୍କ: ଚିଲିର ଭାଲପାରାଇସୋ ଅଞ୍ଚଳରେ ବନାଗ୍ନୀ ଯୋଗୁ ଘରଦ୍ୱାର ଜଳି ନଷ୍ଟ ହୋଇଯିବା ଫଳରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ଗତ ସପ୍ତାହରେ ଏହି ଅଗ୍ନିକାଣ୍ଡ ଘଟିବା ପରେ ପର୍ଯ୍ୟଟକ ମାନେ ସମୁଦ୍ର କୂଳରେ ଥିବା ଭିନା ଡେଲ୍ ମାର୍ ଏବଂ ଭାଲପାରାସୋ ସହରକୁ ଚାଲି ଯାଇଥିଲେ। ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୧୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହାକାଶରୁ ଉପଗ୍ରହ ଦ୍ୱାରା ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି। ନିକଟବର୍ତ୍ତୀ ପାହାଡ଼ରେ ଜଳୁଥିବା ଜଙ୍ଗଲ ନିଆଁରୁ ୩ଟି ସହର ଧୂଆଁରେ ଆଚ୍ଛାଦିତ ହୋଇଛି। ପାଖାପାଖି ୧୫ ହଜାର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଗତ ଶୁକ୍ରବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଥିଲେ।