ଚୀନ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବିବାଦର ସମାଧାନ ଜରୁରି: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଚୀନ ସହ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚୀନ ଓ ଭାରତ ମଧ୍ୟରେ ସ୍ଥାୟୀ ସମ୍ପର୍କ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ପୂରା ବିଶ୍ୱ ପାଇଁ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନ୍ୟୁଜ୍ୱିକ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ଏପରି କହିଛନ୍ତି ମୋଦୀ। ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ତୁରନ୍ତ ସମାଧାନ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ମୋଦୀ କହିଛନ୍ତି “ ଭାରତ ପାଇଁ ଚୀନ ସହ ସୁସମ୍ପର୍କ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ। ମୋ ମତରେ ଆମ ସୀମାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାର ସମାଧାନ ହେବା ଉଚିତ୍। ଫଳରେ ଆମର ଦ୍ୱିପାଖିକ ଆଲୋଚନାରେ ହେଉଥିବା ଆସମାନତା ହେବ ନାହିଁ।”ପଢ଼ନ୍ତୁ-ଭାରତ ଆସିବେ ଏଲନ ମସ୍କ! ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନିବେଶ ନେଇ କରିପାରନ୍ତି ଘୋଷଣାସୂଚନା ଥାଉକି, ଜୁନ ୨୦୨୦ ମସିହାରେ ଗଲୱାନୀ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ପରଠାରୁ ପୂର୍ବ ଲଦାଖର କିଛି ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ବିବାଦ ଲାଗି ରହିଛି। ଏହାପର ଠାରୁ ଦୁଇ ଦେଶ ମଧ୍ୟରେ ଏକାଧିକ ସେନା ସ୍ତରୀୟ ଆଲୋଚନା ହୋଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିବା ବେଳେ ବିବାଦର ସମାଧାନ ହୋଇ ନାହିଁ। ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ ଭାରତ ଓ ଚୀନ ମଧ୍ୟରେ ସ୍ଥିର ସ
ନୂଆଦିଲ୍ଲୀ: ଚୀନ ସହ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚୀନ ଓ ଭାରତ ମଧ୍ୟରେ ସ୍ଥାୟୀ ସମ୍ପର୍କ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ପୂରା ବିଶ୍ୱ ପାଇଁ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନ୍ୟୁଜ୍ୱିକ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ଏପରି କହିଛନ୍ତି ମୋଦୀ। ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦର ତୁରନ୍ତ ସମାଧାନ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀ କହିଛନ୍ତି “ ଭାରତ ପାଇଁ ଚୀନ ସହ ସୁସମ୍ପର୍କ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ। ମୋ ମତରେ ଆମ ସୀମାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାର ସମାଧାନ ହେବା ଉଚିତ୍। ଫଳରେ ଆମର ଦ୍ୱିପାଖିକ ଆଲୋଚନାରେ ହେଉଥିବା ଆସମାନତା ହେବ ନାହିଁ।”
ପଢ଼ନ୍ତୁ-ଭାରତ ଆସିବେ ଏଲନ ମସ୍କ! ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନିବେଶ ନେଇ କରିପାରନ୍ତି ଘୋଷଣା
ସୂଚନା ଥାଉକି, ଜୁନ ୨୦୨୦ ମସିହାରେ ଗଲୱାନୀ ଘାଟିରେ ଭାରତ-ଚୀନ ମୁହାଁମୁହିଁ ହେବା ପରଠାରୁ ପୂର୍ବ ଲଦାଖର କିଛି ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ବିବାଦ ଲାଗି ରହିଛି। ଏହାପର ଠାରୁ ଦୁଇ ଦେଶ ମଧ୍ୟରେ ଏକାଧିକ ସେନା ସ୍ତରୀୟ ଆଲୋଚନା ହୋଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଦୁଇ ଦେଶ ସହମତି ପ୍ରକାଶ କରିଥିବା ବେଳେ ବିବାଦର ସମାଧାନ ହୋଇ ନାହିଁ।
ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି “ ଭାରତ ଓ ଚୀନ ମଧ୍ୟରେ ସ୍ଥିର ସମ୍ପର୍କ କେବଳ ଆମ ଦୁଇ ଦେଶ ନୁହେଁ ପୂରା ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଁ ଆଶା କରୁଛି ଯେ କୂଟନୈତିକ ସ୍ତରରେ ହେଉ କିମ୍ବା ସେନା ସ୍ତରରେ ଶାନ୍ତିପୂର୍ଣ୍ଣ ଓ ଗଠନାତ୍ମକ ଆଲୋଚନା କରି ସୀମାରେ ଶାନ୍ତି ପ୍ରତିଷ୍ଠା କରାଯାଇ ପାରିବ।”