ଚୁପ୍ଚାପ୍ ଜସପ୍ରିତ ବୁମ୍ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି
ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍ରୁ ବାଦ୍ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି। ଏଥିରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍(ଅପ୍ଡେଟେଡ୍) ଘୋଷଣା କରାଯାଇଛି। ଏଥିରେ ବୁମ୍ରାଙ୍କ ନାମ ନ ଥିବା ଦେଖାଯାଇଛି। ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା […] The post ଚୁପ୍ଚାପ୍ ଜସପ୍ରିତ ବୁମ୍ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୪।୨: ଇଂଲଣ୍ଡ ବିପକ୍ଷ ଆଗାମୀ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଖେଳିବେ ନାହିଁ ଜସପ୍ରିତ ବୁମ୍ରା। କାରଣ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ତାଙ୍କୁ ଚୁପ୍ଚାପ ୧୬ ସଦସ୍ୟ ବିଶିଷ୍ଟ ଟିମ୍ରୁ ବାଦ୍ ଦେଇଛି। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏନେଇ ଏକ ବୟାନ ଜାରି କରାଯାଇଛି। ଏଥିରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍(ଅପ୍ଡେଟେଡ୍) ଘୋଷଣା କରାଯାଇଛି। ଏଥିରେ ବୁମ୍ରାଙ୍କ ନାମ ନ ଥିବା ଦେଖାଯାଇଛି।
ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଟିମ୍ରେ ସାମିଲ କରାଯାଇଛି। ଏହା ପୂର୍ବରୁ ବିସିସିଆଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବୁମ୍ରା କେବଳ ନାଗପୁରରେ ହେବାକୁ ଥିବା ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆରେ ଭାଗ ନେବେ ନାହିଁ, କେବଳ ଅନ୍ତିମ ଦିନିକିଆ ଲାଗି ଉପଲବ୍ଧ ରହିବେ।
ବୁମ୍ରା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ସିଡନୀ ଟେଷ୍ଟ ସମୟରେ ପିଠିରେ ଯନ୍ତ୍ରଣା କାରଣରୁ ଆହତ ହୋଇଥିଲେ। ସେବେଠାରୁ ତାଙ୍କ ଫିଟ୍ନେସ୍କୁ ନେଇ ସସ୍ପେନ୍ସ ଲାଗି ରହିଥିଲା। ହେଲେ ମଙ୍ଗଳବାର ଅପରାହ୍ନରେ ବିସିସିଆଇ ତାଙ୍କୁ ଆଧିକାରୀକ ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ଦଳରେ ସାମିଲ କରିବାର ସୂଚନା ଦିଆଯାଇଥିଲା। ଏଯାବତ ବିସିସିଆଇ ବୁମ୍ରାଙ୍କ ଆଘାତ ଅଥବା ଇଂଲଣ୍ଡ ବିପକ୍ଷ ସିରିଜ ଲାଗି ଦଳରେ ଅନୁପସ୍ଥିତି ଲାଗି ଆଧିକାରୀକ ଭାବେ ଅପ୍ଡେଟ୍ ଦେଇନାହିଁ।
ଗୋଟିଏ ପଟେ ଚାମ୍ପିଅନ୍ସ ଟ୍ରଫିକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ ବୁମ୍ରାଙ୍କ ନାମ ନ ଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। କାରଣ ବୁମ୍ରା ପୂର୍ବରୁ ଏନ୍ସିଏରେ ପହଞ୍ଚି ସାରିଛନ୍ତି। ସେ କିଛି ଦିନ ଲାଗି ବାଙ୍ଗାଲୋରରେ ରହିବେ। ଏନ୍ସିଏରୁ ସବୁଜ ସଙ୍କେତ ମିଳିବା ପରେ ସେ ଫେରିବେ।
ଏହା ପୂର୍ବରୁ ଜାନୁଆରୀରେ ଚାମ୍ପିଅନ୍ସ ଟ୍ରଫି ଟିମ୍ ଘୋଷଣା ସମୟରେ ଅଜିତ ଅଗରକର ବୁମ୍ରାଙ୍କ ଆଘାତ ନେଇ ସ୍ପଷ୍ଟ ସୂଚନା ଦେଇ ନ ଥିଲେ। ହେଲେ ଦ୍ରୁତ ବୋଲରଙ୍କୁ ୫ ସପ୍ତାହ ଲାଗି ଆରାମ କରିବାକୁ କୁହାଯାଇଥିବା ଖୁଲାସା କରିଥିଲେ।
The post ଚୁପ୍ଚାପ୍ ଜସପ୍ରିତ ବୁମ୍ରାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରୁ ହଟାଇଦେଲା BCCI, ଚମକାଇଲା ନିଷ୍ପତ୍ତି appeared first on Dharitri Odia News.