ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା, ୨୮୦ ରନ୍‌ରେ ହାରିଲା ବାଂଲାଦେଶ

ଚେନ୍ନାଇ ୨୨।୦୯ : ଚେପକ୍‌ରେ ହାରିଲା ବାଂଲାଦେଶ । ପ୍ରଥମ ଟେଷ୍ଟରେ ୨୮୦ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିଛି ସିରିଜ୍‌ । ଆଉ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ରୋହିତ ବାହିନୀ । ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌କୁ ଆରମ୍ଭରୁ ଲାଗିଥିଲା ଝଟ୍‌କା । ହେଲେ ଅଶ୍ୱିନୀ ଏବଂ ଜାଡେଜାଙ୍କ ବ୍ୟାଟିଂ ବଳରେ ଭାରତୀୟ ଟିମ୍‌ ୩୭୬ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ ଟିମ୍‌ । ହେଲେ ଦଳ ମାତ୍ର ୧୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ପ୍ରଥମ ଇନିଂସରେ ବୁମ୍‌ରା ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିଲେ । ତେବେ ପ୍ରଥମ ଇନିଂସରେ ୨୨୭ରନ୍‌ରେ ପଛୁଆ ରହିଥିଲା ବାଂଲାଦେଶ ଟିମ୍‌ । ଆଉ ୨ୟ ଇନିଂସରେ ବ୍ୟାଟିଂ କରି ଭାରତୀୟ ଦଳ ବାଂଲାଦେଶକୁ ଦେଇଥିଲା ବିଶାଳ ୫୬୭ ରନ୍‌ ଟାର୍ଗେଟ । ହେଲେ ବାଂଲା ବ୍ୟାଟର ପ୍ରଥମ ଇନିଂସ ପରି ୨ୟ ଇନିଂସରେ ଭାରତୀୟ ବୋଲରଙ୍କ ମୁକାବିଲା କରିପାରନଥିଲା । ଖାସ୍‌ କରି ସ୍ପିନରଙ୍କୁ । ୨ୟ ଇନିଂସରେ ଦ୍ରୁତ ବୋଲର ଭାବେ ଜଶପ୍ରୀତ୍‌ ବୁମ୍‌ରା ଗୋଟିଏ ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ

ଚେନ୍ନାଇ ଟେଷ୍ଟରେ ଅଶ୍ୱିନୀଙ୍କ ଡବଲ୍‌ ଧମାକା, ୨୮୦ ରନ୍‌ରେ ହାରିଲା ବାଂଲାଦେଶ

ଚେନ୍ନାଇ ୨୨।୦୯ : ଚେପକ୍‌ରେ ହାରିଲା ବାଂଲାଦେଶ । ପ୍ରଥମ ଟେଷ୍ଟରେ ୨୮୦ ରନ୍‌ରେ ଜିତିଲା ଟିମ୍‌ ଇଣ୍ଡିଆ । ଯାହାଫଳରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଦୁଇ ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିଛି ସିରିଜ୍‌ । ଆଉ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ରୋହିତ ବାହିନୀ । 

ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ଟିମ୍‌କୁ ଆରମ୍ଭରୁ ଲାଗିଥିଲା ଝଟ୍‌କା । ହେଲେ ଅଶ୍ୱିନୀ ଏବଂ ଜାଡେଜାଙ୍କ ବ୍ୟାଟିଂ ବଳରେ ଭାରତୀୟ ଟିମ୍‌ ୩୭୬ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଏହାପରେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ ଟିମ୍‌ । ହେଲେ ଦଳ ମାତ୍ର ୧୪୯ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ପ୍ରଥମ ଇନିଂସରେ ବୁମ୍‌ରା ସର୍ବାଧିକ ୪ଟି ଓ୍ୱିକେଟ୍‌ ନେଇଥିଲେ । 

ତେବେ ପ୍ରଥମ ଇନିଂସରେ ୨୨୭ରନ୍‌ରେ ପଛୁଆ ରହିଥିଲା ବାଂଲାଦେଶ ଟିମ୍‌ । ଆଉ ୨ୟ ଇନିଂସରେ ବ୍ୟାଟିଂ କରି ଭାରତୀୟ ଦଳ ବାଂଲାଦେଶକୁ ଦେଇଥିଲା ବିଶାଳ ୫୬୭ ରନ୍‌ ଟାର୍ଗେଟ । ହେଲେ ବାଂଲା ବ୍ୟାଟର ପ୍ରଥମ ଇନିଂସ ପରି ୨ୟ ଇନିଂସରେ ଭାରତୀୟ ବୋଲରଙ୍କ ମୁକାବିଲା କରିପାରନଥିଲା । ଖାସ୍‌ କରି ସ୍ପିନରଙ୍କୁ । ୨ୟ ଇନିଂସରେ ଦ୍ରୁତ ବୋଲର ଭାବେ ଜଶପ୍ରୀତ୍‌ ବୁମ୍‌ରା ଗୋଟିଏ ଓ୍ୱିକେଟ୍‌ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୬ଟି ଏବଂ ରବିନ୍ଦ୍ର ଜାଡେଜା ୩ଟି ଓ୍ୱିକେଟ୍‌ ନେଇଛନ୍ତି । ଶେଷରେ ବାଂଲାଦେଶ ଟିମ୍‌ ୨୮୦ ରନ୍‌ରେ ଭାରତୀୟ ଟିମ୍‌ ଠାରୁ ପରାସ୍ତ ହୋଇଛି । ଆଉ ୨ ଟିକିଆ ସିରିଜ୍‌ରେ ୧-୦ରେ ଆଗୁଇ ରହିଛି ରୋହିତ ବାହିନୀ । 

ଭାରତ

ପ୍ରଥମ ଇନିଂସ-୩୭୬

ଦ୍ୱିତୀୟ ଇନିଂସ-୨୮୭/୪

ବାଂଲାଦେଶ

ପ୍ରଥମ ଇନିଂସ-୧୪୯

ଦ୍ୱିତୀୟ ଇନିଂସ-୨୩୪