ଚେନ୍ନାଇରେ ବାୟୁସେନା ଦିବସ ପାଳିତ, ଚିତ୍ତାକର୍ଷକ ଏୟାର ସୋ’ ସାଙ୍ଗକୁ ଭବ୍ୟ ପରେଡ ପ୍ରଦର୍ଶନ କଲେ ବାୟୁ ବୀର
ନୂଆଦିଲ୍ଲୀ: ୮/୧୦: ଭାରତୀୟ ସଶସ୍ତ୍ର ବାହିନୀର ପ୍ରମୁଖ ଅଙ୍ଗ ଭାରତୀୟ ବାୟୁସେନା । କାରଗିଲ ଯୁଦ୍ଧ ହେଉକି ବାଲାକୋଟ୍ର ଏୟାର ଷ୍ଟାଇକ ସବୁଠି ପରାକ୍ରମ ଦେଖାଇଛି ବାୟୁସେନା । ଯେତେବେଳେ ଆକାଶରେ ଗର୍ଜନ କରି ଭାରତର ଲଢୁଆ ବିମାନ ଘୁରିବୁଲେ । ଶତ୍ରୁ ଶିବିରରେ ଛନକା ପଶେ । ଯେବେବି ଭାରତ ବିପଦରେ ପଡିଛି ସବୁ ସମୟରେ ସୁରକ୍ଷା କବଚ ସାଜିଛି ବାୟୁସେନା । ଆଗକୁ ଆସି ରକ୍ଷା କରିଛି । ମଙ୍ଗଳବାର ହେଉଛି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବରେ ପାଳନ କରାଯାଉଛି । ଚଳିତ ଥର ଭାରତ ୯୨ ତମ ବାୟୁସେନା ଦିବସ ପାଳୁଛି । ଚେନ୍ନାଇରେ ପାଳିତ ହୋଇଛି ବାୟୁସେନା ଦିବସ । ଚିତ୍ତାକର୍ଷକ ଏୟାର ସୋ’ ସାଙ୍ଗକୁ ଭବ୍ୟ ପରେଡ ପ୍ରଦର୍ଶନ କଲେ ବାୟୁ ବୀର । ଚଳିତ ବର୍ଷର ଥିମ୍ ରହିଛି ଭାରତୀୟ ବାୟୁସେନା- ସକ୍ଷମ,ସଶକ୍ତ ଓ ଆତ୍ମନିର୍ଭର । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଓ ଅବଦାନକୁ ପ୍ରଶଂସା କରାଯାଏ । ଏହା ସହ ଭାରତୀୟ ବାୟୁସେନାର ଫାଉଣ୍ଡେସନ ଦିବସ ମଧ୍ୟ ପାଳନ କରାଯାଏ । ଭାରତୀୟ ସେନା ଦେଶର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ଷ୍ଟଣ୍ଟ ପ୍ରଦର୍ଶନ କରିଥାନ୍ତି । ୧୯୩୨ ମସିହା ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଏହା ମୁଖ୍ୟାଳୟ ଦିଲ୍ଲୀରେ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ବର ତୃତୀୟ ଶକ୍ତିଶାଳୀ ଏୟାର ଫୋର୍ସ । ସେହିପରି ଗାଜିଆବାଦର
ନୂଆଦିଲ୍ଲୀ: ୮/୧୦: ଭାରତୀୟ ସଶସ୍ତ୍ର ବାହିନୀର ପ୍ରମୁଖ ଅଙ୍ଗ ଭାରତୀୟ ବାୟୁସେନା । କାରଗିଲ ଯୁଦ୍ଧ ହେଉକି ବାଲାକୋଟ୍ର ଏୟାର ଷ୍ଟାଇକ ସବୁଠି ପରାକ୍ରମ ଦେଖାଇଛି ବାୟୁସେନା । ଯେତେବେଳେ ଆକାଶରେ ଗର୍ଜନ କରି ଭାରତର ଲଢୁଆ ବିମାନ ଘୁରିବୁଲେ । ଶତ୍ରୁ ଶିବିରରେ ଛନକା ପଶେ । ଯେବେବି ଭାରତ ବିପଦରେ ପଡିଛି ସବୁ ସମୟରେ ସୁରକ୍ଷା କବଚ ସାଜିଛି ବାୟୁସେନା । ଆଗକୁ ଆସି ରକ୍ଷା କରିଛି । ମଙ୍ଗଳବାର ହେଉଛି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖକୁ ଭାରତୀୟ ବାୟୁସେନା ଦିବସ ଭାବରେ ପାଳନ କରାଯାଉଛି । ଚଳିତ ଥର ଭାରତ ୯୨ ତମ ବାୟୁସେନା ଦିବସ ପାଳୁଛି । ଚେନ୍ନାଇରେ ପାଳିତ ହୋଇଛି ବାୟୁସେନା ଦିବସ । ଚିତ୍ତାକର୍ଷକ ଏୟାର ସୋ’ ସାଙ୍ଗକୁ ଭବ୍ୟ ପରେଡ ପ୍ରଦର୍ଶନ କଲେ ବାୟୁ ବୀର ।
ଚଳିତ ବର୍ଷର ଥିମ୍ ରହିଛି ଭାରତୀୟ ବାୟୁସେନା- ସକ୍ଷମ,ସଶକ୍ତ ଓ ଆତ୍ମନିର୍ଭର । ଏହି ଦିନ ଭାରତୀୟ ବାୟୁସେନାର କାର୍ଯ୍ୟ ଓ ଅବଦାନକୁ ପ୍ରଶଂସା କରାଯାଏ । ଏହା ସହ ଭାରତୀୟ ବାୟୁସେନାର ଫାଉଣ୍ଡେସନ ଦିବସ ମଧ୍ୟ ପାଳନ କରାଯାଏ । ଭାରତୀୟ ସେନା ଦେଶର ଏୟାର ଷ୍ଟେସନରୁ ଯୁଦ୍ଧ ବିମାନରେ ଷ୍ଟଣ୍ଟ ପ୍ରଦର୍ଶନ କରିଥାନ୍ତି । ୧୯୩୨ ମସିହା ଅକ୍ଟୋବର ୮ରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ଏହା ମୁଖ୍ୟାଳୟ ଦିଲ୍ଲୀରେ ପ୍ରତିଷ୍ଠା ହୋଇଛି । ବର୍ତ୍ତମାନ ଭାରତୀୟ ବାୟୁସେନା ବିଶ୍ବର ତୃତୀୟ ଶକ୍ତିଶାଳୀ ଏୟାର ଫୋର୍ସ । ସେହିପରି ଗାଜିଆବାଦର ହିଡନ ବାୟୁସେନା ଷ୍ଟେସନ ଏସିଆର ସବୁଠାରୁ ବଡ ଏୟାର ବେସ । ବାୟୁସେନା ଆରମ୍ଭ ହେବା ପୂର୍ବରୁ ଏହା ନଭମ, ସ୍ପର୍ଶମ, ଦିପ୍ତମ ପଥରେ ଚାଲୁଛି । ଏହାର ଅର୍ଥ ଗର୍ବର ସହ ଆକାଶକୁ ଛୁଇଁବା । ଏହି ବାକ୍ୟ ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଆସିଛି ।
ଭାରତୀୟ ବାୟୁସେନା ହେଉଛି ବିଶ୍ବର ଚତୁର୍ଥ ବୃହତ୍ତମ ବାୟୁସେନା । ଏହା ୧୯୪୭ରେ ଭାରତ-ପାକିସ୍ତାନ ଯୁଦ୍ଧ, ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ,୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ,୧୯୯୯ରେ କାରଗିଲ ଯୁଦ୍ଧ ଓ ୧୯୬୨ରେ ଭାରତୀ-ଚୀନ ଯୁଦ୍ଧ ଭଳି ଅନେକ ଯୁଦ୍ଧରେ ଭାଗ ନେଇଛି । ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନରେ ମଧ୍ୟ ଭାଗ ନେଇଛି । ଭାରତୀୟ ବାୟୁସେନାର ବିଭିନ୍ନ ପ୍ରକାର ବିମାନ ଓ ହେଲିକପ୍ଟର ରହିଛି । ଯେପରିକି ସୁଖୋଇ-30MKI, ମିରାଜ-2000,ରାଫେଲ ଓ ତେଜସ ପରି ଅନେକ । ଭାରତୀୟ ବାୟୁସେନାରେ ଅନେକ ମହିଳା ଅଧିକାରୀ ଅଛନ୍ତି ଯେଉଁମାନେ ପାଇଲଟ,ନାବିକ,ଟେକ୍ନିସିଆନ ଓ ପ୍ରଶାସନିକ ଅଧିକାରୀ ପରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି । ଦେଶର ଅନେକ ପ୍ରାକୃତିକ ବିପର୍ଯ୍ୟୟର ରିଲିଫ ବଣ୍ଟନରେ ଭାରତୀୟ ବାୟୁସେନା ଅଂଶଗ୍ରହଣ କରିଛି । ଦେଶର ସୁରକ୍ଷା କ୍ଷେତ୍ରରେ ଭାରତୀୟ ବାୟୁସେନାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଭାରତର ରାଷ୍ଟ୍ରପତି ବାୟୁସେନାର କମାଣ୍ଡର ଭାବରେ କାମ କରନ୍ତି ।