ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା

ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ ବିରବାଦ୍ୟ ସହିତ ନଗର ପରିକ୍ରମା ଛତରଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦେବୀ ବରୁଆମାନଙ୍କ ଦେହରେ ସବାର ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହି ଅବସରରେ ପୀଠରୁ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଏଥିରେ ଭକ୍ତଙ୍କ ସମେତ ରାଜନେତା, ସମାଜସେବୀ ସାମିଲ ହୋଇଥିଲେ। ମୁଖ୍ୟ ରାସ୍ତାରେ ଶ୍ରଦ୍ଧାଳୁମାନେ କଳସ […] The post ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା appeared first on Dharitri Odia News.

ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା

ରିଷିଡ଼ା,୧୨ା୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଆରମ୍ଭ ହୋଇଛି। ଶନିବାର ଦେବଦେବୀଙ୍କ ନିଶାଣ ବିରବାଦ୍ୟ ସହିତ ନଗର ପରିକ୍ରମା ଛତରଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦେବୀ ବରୁଆମାନଙ୍କ ଦେହରେ ସବାର ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।

ଏହି ଅବସରରେ ପୀଠରୁ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଏଥିରେ ଭକ୍ତଙ୍କ ସମେତ ରାଜନେତା, ସମାଜସେବୀ ସାମିଲ ହୋଇଥିଲେ। ମୁଖ୍ୟ ରାସ୍ତାରେ ଶ୍ରଦ୍ଧାଳୁମାନେ କଳସ ସ୍ଥାପନ କରି ଦେବଦେବୀଙ୍କୁ ସ୍ବାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟି ସଭାପତି କୈଳାସ କୁମୁରା, ସମ୍ପାଦକ ସୁଶାନ୍ତ ମଲ୍ଲିକ, ଦେହୁରି ସେବାୟତ ସୁମନ୍ତ ଭୋଇ, ରାଧେଶ୍ୟାମ ପଟ୍ଟନାୟକ, ତପନ ରଣା, ଗ୍ରାମ କମିଟି ସଭାପତି ନନ୍ଦକିଶୋର ରଣାଙ୍କ ସମେତ ବଲାଙ୍ଗୀର, କଳାହାଣ୍ଡି ଜିଲାରୁ ବାର ଦେହେଲିଆ, ସେବାୟତ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

The post ଚୈତ୍ର ମହୋତ୍ସବରେ ଦେବୀଙ୍କ ନଗର ପରିକ୍ରମା appeared first on Dharitri Odia News.