ଚୋରା ମଦ ମାଫିଆଙ୍କୁ ଚେକ୍ : ମିଳିତ ଚଢାଉରେ ୧୮୨୦ଲିଟର ଦେଶୀ ମଦ ଜବତ, ୧୪ ହଜାର ଲିଟର ପୋଚ ନଷ୍ଟ
ଆଠଗଡ଼ ୪।୨: କଟକ ଜିଲ୍ଲା ତିଗିରିଆ ଥାନା ତିଗିରିଆ ଥାନା ଅଞ୍ଚଳରେ ଚୋରା ମଦ ମାଫିଆଙ୍କୁ ଚେକ୍ । ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ । ଜଣଙ୍କୁ ଗିରଫ କରି ଚୋରା ଦେଶୀ ମଦ ଜବତ କରି ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା, ପଣସପାଟଣା ଓ ହରିଡ଼ାପଶି ଗ୍ରାମରେ ଚଢ଼ାଉ କରାଯାଇଛି । ଚଢାଉ ବେଳେ ବିଭିନ୍ନ ସ୍ଥାନରୁ ୧୮୨୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଏହାସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।ଗିରଫ ଅଭିଯୁକ୍ତ ଜଣକ ହେଲେ ହରିଡ଼ାପଶି ଗ୍ରାମର ୨୪ ବର୍ଷ ବୟସ୍କ ସୁପ୍ରିୟ ସାନ୍ତରା । ତାଙ୍କ ନିକଟରୁ ୬୩୦ ଲିଟର ଚୋରା ଦେଶୀ ମଦ କରିବା ସହ ୩୧୫୦ ଲିଟର ପୋଚ ଜବତ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ ଥିବା ବେଳେ ୫ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳ ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହରକୁ ଚୋରା ଚାଲାଣ କରାଯାଇଥାଏ ବୋଲି । ସ୍ଥାନୀୟ ଲୋକେ ବାରମ୍ୱାର ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଆଠଗଡ଼ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ।You Can Read:କଣ୍ଟାବାଞ୍ଜି ଷ୍ଟେ
ଆଠଗଡ଼ ୪।୨: କଟକ ଜିଲ୍ଲା ତିଗିରିଆ ଥାନା ତିଗିରିଆ ଥାନା ଅଞ୍ଚଳରେ ଚୋରା ମଦ ମାଫିଆଙ୍କୁ ଚେକ୍ । ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉ । ଜଣଙ୍କୁ ଗିରଫ କରି ଚୋରା ଦେଶୀ ମଦ ଜବତ କରି ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା, ପଣସପାଟଣା ଓ ହରିଡ଼ାପଶି ଗ୍ରାମରେ ଚଢ଼ାଉ କରାଯାଇଛି । ଚଢାଉ ବେଳେ ବିଭିନ୍ନ ସ୍ଥାନରୁ ୧୮୨୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି । ଏହାସହ ୧୪ ହଜାର ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଗିରଫ ଅଭିଯୁକ୍ତ ଜଣକ ହେଲେ ହରିଡ଼ାପଶି ଗ୍ରାମର ୨୪ ବର୍ଷ ବୟସ୍କ ସୁପ୍ରିୟ ସାନ୍ତରା । ତାଙ୍କ ନିକଟରୁ ୬୩୦ ଲିଟର ଚୋରା ଦେଶୀ ମଦ କରିବା ସହ ୩୧୫୦ ଲିଟର ପୋଚ ଜବତ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ୧୦ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ ଥିବା ବେଳେ ୫ଟି ମାମଲା ରୁଜୁ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ଏହି ଅଞ୍ଚଳ ବେଆଇନ ଭାବେ ଚୋରା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଛି । ଏହି ଅଞ୍ଚଳରୁ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହରକୁ ଚୋରା ଚାଲାଣ କରାଯାଇଥାଏ ବୋଲି । ସ୍ଥାନୀୟ ଲୋକେ ବାରମ୍ୱାର ଅଭିଯୋଗ କରି ଆସୁଥିଲେ । ପୂର୍ବରୁ ଆଠଗଡ଼ ଅବକାରୀ ବିଭାଗ ଚଢାଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ।
You Can Read:
କଣ୍ଟାବାଞ୍ଜି ଷ୍ଟେସନରେ ଆତଙ୍କ, ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ