ଚୋରି ପାଇଁ ୨୦୦ ଥର ବିମାନ ଯାତ୍ରା

ନୂଆଦିଲ୍ଲୀ, ୧୫ା୫:୧୧୦ ଦିନରେ ୨୦୦ ଥର ବିମାନ ଯାତ୍ରା କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବା ଏକ ହାଇ ପ୍ରୋଫାଇଲ ଚୋରକୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଧରିବାରେ ସଫଳ ହୋଇଛି। ସାଧାରଣତଃ ବିମାନ ଯାତ୍ରାରେ ସାମଗ୍ରୀ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଉଥିବାବେଳେ ଏହି ଚୋର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇଛି। ଅଭିଯୁକ୍ତ ଜଣକ ହେଲେ ରାଜେଶ କପୁର(୪୦)। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ରାଜେଶ ଚୋରି ଉଦ୍ଦେଶ୍ୟରେ ଅନେକବାର ବିମାନଯାତ୍ରା କରି ଯାତ୍ରୀଙ୍କ […] The post ଚୋରି ପାଇଁ ୨୦୦ ଥର ବିମାନ ଯାତ୍ରା appeared first on Dharitri Odia News.

ଚୋରି ପାଇଁ ୨୦୦ ଥର ବିମାନ ଯାତ୍ରା

ନୂଆଦିଲ୍ଲୀ, ୧୫ା୫:୧୧୦ ଦିନରେ ୨୦୦ ଥର ବିମାନ ଯାତ୍ରା କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କରିଥିବା ଏକ ହାଇ ପ୍ରୋଫାଇଲ ଚୋରକୁ ମଙ୍ଗଳବାର ଦିଲ୍ଲୀ ପୋଲିସ ଧରିବାରେ ସଫଳ ହୋଇଛି। ସାଧାରଣତଃ ବିମାନ ଯାତ୍ରାରେ ସାମଗ୍ରୀ ଅଧିକ ସୁରକ୍ଷିତ ବୋଲି ବିବେଚନା କରାଯାଉଥିବାବେଳେ ଏହି ଚୋର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେଇଛି। ଅଭିଯୁକ୍ତ ଜଣକ ହେଲେ ରାଜେଶ କପୁର(୪୦)। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ରାଜେଶ ଚୋରି ଉଦ୍ଦେଶ୍ୟରେ ଅନେକବାର ବିମାନଯାତ୍ରା କରି ଯାତ୍ରୀଙ୍କ ହ୍ୟାଣ୍ଡବ୍ୟାଗରୁ ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରାଇବାକୁ ସଫଳ ହେଉଥିଲା। ତେବେ ୨ ପୃଥକ୍‌ ଯାତ୍ରୀଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ରାଜେଶଙ୍କୁ ଧରିବାରେ ସଫଳ ହୋଇଛି। ଗତ ମାସ ୧୧ରେ ହାଇଦ୍ରାବାଦରୁ ଦିଲ୍ଲୀ ଯାଇଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କର ୭ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଯାଇଥିବା ଅଭିଯୋଗ ଆସିଥିଲା। ସେହିପରି ଗତ ଫେବୃଆରୀ ୨ରେ ଅମୃତସରରୁ ଦିଲ୍ଲୀ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କର ୨୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ପୋଲିସ ସୂଚନା ଦେଇଛି। ଉଭୟ ଅଭିଯୋଗ ଆଧାରରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ରାଜେଶଙ୍କୁ ଦିଲ୍ଲୀର ପାହାଡ଼ଗଞ୍ଜ ଅଞ୍ଚଳରୁ ଗିରଫ କରିଛି।

The post ଚୋରି ପାଇଁ ୨୦୦ ଥର ବିମାନ ଯାତ୍ରା appeared first on Dharitri Odia News.