ଡାକ୍ତର ଦମ୍ପତିଙ୍କ ଟଙ୍କିକିଆ ବିବାହ, କେବଳ ସୁଟ୍‌କେସ୍‌ ନେଇ ଶଶୁର ଘରକୁ ଆସିଲେ କନ୍ୟା

ଚଣ୍ଡିଗଡ଼: ସନାତନ ଧର୍ମରେ ବିବାହକୁ ସଂସ୍କାର ଭାବେ ଧରାଯାଏ। ଜୀବନରେ ଥରେ ହେଉଥିବା ଏହି ବିବାହକୁ ସମସ୍ତେ ସ୍ମରଣୀୟ କରି ରଖିବାକୁ ପାଇଁ ଚାହାନ୍ତି। ଏଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରି ଯାକଜମକରେ ବିବାହ କରାଇଥାଆନ୍ତି। କିନ୍ତୁ ହରିୟାଣା ଭିୱାନୀରେ ଏକ ନିଆରା ବିବାହ ହୋଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଡାକ୍ତର ଦମ୍ପତି ମାତ୍ର ଟଙ୍କାଟେ ଖର୍ଚ୍ଚ କରି ବିବାହ କରିଛନ୍ତି। ଏହି ଟଙ୍କିକିଆ ବିବାହ ବିଷୟରେ ଯେ କେହି ଶୁଣୁଛି ସେ […]

ଡାକ୍ତର ଦମ୍ପତିଙ୍କ ଟଙ୍କିକିଆ ବିବାହ, କେବଳ ସୁଟ୍‌କେସ୍‌ ନେଇ ଶଶୁର ଘରକୁ ଆସିଲେ କନ୍ୟା
one

ଚଣ୍ଡିଗଡ଼: ସନାତନ ଧର୍ମରେ ବିବାହକୁ ସଂସ୍କାର ଭାବେ ଧରାଯାଏ। ଜୀବନରେ ଥରେ ହେଉଥିବା ଏହି ବିବାହକୁ ସମସ୍ତେ ସ୍ମରଣୀୟ କରି ରଖିବାକୁ ପାଇଁ ଚାହାନ୍ତି। ଏଥିପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରି ଯାକଜମକରେ ବିବାହ କରାଇଥାଆନ୍ତି। କିନ୍ତୁ ହରିୟାଣା ଭିୱାନୀରେ ଏକ ନିଆରା ବିବାହ ହୋଇଛି। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଡାକ୍ତର ଦମ୍ପତି ମାତ୍ର ଟଙ୍କାଟେ ଖର୍ଚ୍ଚ କରି ବିବାହ କରିଛନ୍ତି। ଏହି ଟଙ୍କିକିଆ ବିବାହ ବିଷୟରେ ଯେ କେହି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଇଯାଉଛି। ମାତ୍ର ଗୋଟିଏ ସୁଟ୍‌କେସ ଧରି କନ୍ୟା ଚରଖିଦାଦରି ସ୍ଥିତ ଶଶୁରଘରେ ପହଞ୍ଚିଛନ୍ତି।

ଏହି ବନ୍ଧୁ ବାନ୍ଧିବାର ରାସ୍ତା ମଧ୍ୟ ସହଜ ନ ଥିଲା। ମହିଳା ଡାକ୍ତର ସନ୍ତୋଷଙ୍କ ପିତା ଜଣେ ଚାଷୀ। ଝିଅ ବାହାଘର କରିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। ଆର୍ଥିକ ଦୃଷ୍ଟିରୁ ଏହି ବିବାହ ହୋଇପାରିବ ନାହିଁ ବୋଲି କହିଥିଲେ। ଏଥିପାଇଁ ଉଭୟଙ୍କ ଯୋଡ଼ି ମାନୁ ନ ଥିବାର ବାହାନା କରିଥିଲେ। ବିବାହ କରାଇବାକୁ ମନା କରି ଦେଇଥିଲେ। ପରେ ବୁଝାସୁଝା କରିବାରୁ ଯୌତୁକ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ। ଏହାକୁ ନେଇ ବରପିତା (ଅବସରପ୍ରାପ୍ତ ସରକାରୀ ଅଧିକାରୀ) ରମେଶ ରୋହିଲ୍ଲା କହିଥିଲେ ଯେ ତାଙ୍କର ଯୌତୁକ ଦରକାର ନାହିଁ। ସେ କେବଳ ମେଳକ କରି ଝିଅକୁ ଘରକୁ ନେବାକୁ ଚାହୁଁଛନ୍ତି। ରମେଶଙ୍କ ପୁଅ ଡ. ଅରୁଣ ରୋହିଲ୍ଲା ଜଣେ ନ୍ୟୁରୋଲୋଜିଷ୍ଟ। ସେ ଦାଦରୀର ଏକ ହସ୍ପିଟାଲରେ କାମ କରୁଛନ୍ତି। ପୁଅ ପାଇଁ ଝିଅ ଖୋଜୁଥିବା ବେଳେ ଅରୁଣଙ୍କ ବାପା ସନ୍ତୋଷଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ସେ ହରିୟାଣା କୃଷି ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ।

ଡ. ରୋହିଲ୍ଲା କହିଛନ୍ତି ଯେ ସେ ପ୍ରଥମେ ବନ୍ଧୁବାନ୍ଧବଙ୍କ ମାଧ୍ୟମରେ ସନ୍ତୋଷଙ୍କ ପିତାଙ୍କ ସହ ଆଲୋଚନା କରିଥିଲେ। ତାଙ୍କର ତିନି ଝିଅ ଓ ଦୁଇ ପିଅ ଅଛନ୍ତି। ସେ ବିବାହ ପାଇଁ ମନା କରିବାରୁ ବରପିତା ତାଙ୍କ ଗାଁ ଝୁପା କଲାଁ ଯାଇଥିଲେ। ସେଠାରେ କନ୍ୟାପିତାଙ୍କୁ ଭେଟିଥିଲେ। ଯୌତୁକରେ କିଛି ବି ନେବେନି ବୋଲି କହିଥିଲେ। ପରେ କନ୍ୟାପିତା ବିବାହ ପାଇଁ ରାଜି ହୋଇଥିଲେ। ଗତ ୭ ତାରିଖରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ କନ୍ୟାପକ୍ଷଙ୍କୁ ଟଙ୍କାଟେ ବି ଖର୍ଚ୍ଚ କରିବାକୁ ପଡ଼ି ନ ଥିଲା।