ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ
ନନ୍ଦିଘୋଷ ବ୍ୟୁରୋ: ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। କେରଳ ବିଭୀଷିକାରେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ଯୁ ଘଟିଥିଲା।... The post ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ appeared first on .
ନନ୍ଦିଘୋଷ ବ୍ୟୁରୋ: ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। କେରଳ ବିଭୀଷିକାରେ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ଯୁ ଘଟିଥିଲା। ୱାୟନାଡରେ ଗତକାଲି ତାଙ୍କର ମୃତଦେହ ଓଡ଼ିଶା ଅଭିମୁଖେ ବାହାରିଥିଲା। ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁରେ ଆସି ପହଞ୍ଚିଛି ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ। ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମାଟିରୁ ପୁଅକୁ ଝୁରୁଛି ସାରା ଗାଁ। ଆମ୍ବୁଲାନ୍ସ ଯୋଗେ ଆସି ପ୍ରଥମେ ହାଇଟେକ ମେଡିକାଲରେ ପହଞ୍ଚିଥିଲା ମୃତଦେହ। ଏହାପରେ ଡାକ୍ତରଙ୍କ ଘର ଚୌଦ୍ଵାରରେ ଆସି ପହଞ୍ଚିଛି ମୃତଦେହ। ଗତକାଲି ଦିନ ୧୧ଟାରେ କେରଳରୁ ସଡ଼କପଥରେ ଆସି ପହଞ୍ଚିଛି ମୃତଦେହ। ଓଡ଼ିଶା ପରିବାର ସଂଗଠନ ସହାୟତାରେ ଆସିଲା ଡାକ୍ତରଙ୍କ ମୃତଦେହ।
The post ଚୌଦ୍ଵାରରେ ପହଞ୍ଚିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ appeared first on .