ଛତିଶଗଡ ବିଜାପୁରରେ ବଡ଼ ମାଓ ଅପରେଶନ, ୩୧ ମାଓବାଦୀ ସଫା
କନକ ବ୍ୟୁରୋ: ଭାଙ୍ଗୁଛି ଲାଲଗଡ଼ । ଗୋଟିଏ ପରେ ଗୋଟିଏ ବଡ଼ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ରେ ଯବାନଙ୍କ ଗୁଳି ପୁଣି ନିପାତ ହୋଇଛନ୍ତି ୩୧ ମାଓବାଦୀ । ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ଏହି ଏନକାଉଣ୍ଟର ଘଟିଛି । ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ସଫଳ ଅପରେସନ ନେଇ ସୁରକ୍ଷାକର୍ମୀଙ୍କୁ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଛତିଶଗଡ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏକାଂଉଟର ହୋଇଛି । ଏଥିରେ ୩୧ଜଣ ମାଓବାଦୀ ପ୍ରାଣ ହରାଇଥିବା ଦାବି କରିଛି ଛତିଶଗଡ ପୁଲିସ । ୨ ଯବାନ ବି ସହିଦ ହୋଇଛନ୍ତି ଓ ଅନ୍ୟ୨ ଜଣ ଆହତ ହୋଇଛନ୍ତି । ଏଠାରେ ବଡ ସଂଖ୍ୟାରେ ମାଓବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ନ୍ୟାସନାଲ ପାର୍କ ଅଂଚଳର ଜଙ୍ଗଲ ମଧ୍ୟରେ ଅପରେସନ କରିଥିଲେ । ଉଭୟ ପକ୍ଷର ଗୁଳିବିନିମୟରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଏ.କେ-୪୭ ରାଇଫଲ ସହ , ଏସଏଲଆର ଓ ବିସ୍ଫୋରକ ମିଳିଛି । ତେଣୁ ମାଓବାଦୀ ଆତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି । ସୁରକ୍ଷାକର୍ମୀଙ୍କ ଏହି ସଫଳତା ପରେ ଅମିତ ଶାହା ଟ୍ବିଟ କରି ସୁରକ୍ଷା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୬ ୩୧ ମାର୍ଚ୍ଚ ସୁଦ୍ଧା ଦେଶ ମା

କନକ ବ୍ୟୁରୋ: ଭାଙ୍ଗୁଛି ଲାଲଗଡ଼ । ଗୋଟିଏ ପରେ ଗୋଟିଏ ବଡ଼ ଅପରେସନ କରୁଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ରେ ଯବାନଙ୍କ ଗୁଳି ପୁଣି ନିପାତ ହୋଇଛନ୍ତି ୩୧ ମାଓବାଦୀ । ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ଏହି ଏନକାଉଣ୍ଟର ଘଟିଛି । ଗୁଳିବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଜବତ ହୋଇଛି । ସଫଳ ଅପରେସନ ନେଇ ସୁରକ୍ଷାକର୍ମୀଙ୍କୁ ଟୁଇଟ୍ କରି ଶୁଭେଛା ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।
ଛତିଶଗଡ ବିଜାପୁର ନ୍ୟାସନାଲ ପାର୍କ ଅଂଚଳରେ ଆଜି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏକାଂଉଟର ହୋଇଛି । ଏଥିରେ ୩୧ଜଣ ମାଓବାଦୀ ପ୍ରାଣ ହରାଇଥିବା ଦାବି କରିଛି ଛତିଶଗଡ ପୁଲିସ । ୨ ଯବାନ ବି ସହିଦ ହୋଇଛନ୍ତି ଓ ଅନ୍ୟ୨ ଜଣ ଆହତ ହୋଇଛନ୍ତି । ଏଠାରେ ବଡ ସଂଖ୍ୟାରେ ମାଓବାଦୀ ଲୁଚିଥିବା ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା କର୍ମୀ ନ୍ୟାସନାଲ ପାର୍କ ଅଂଚଳର ଜଙ୍ଗଲ ମଧ୍ୟରେ ଅପରେସନ କରିଥିଲେ । ଉଭୟ ପକ୍ଷର ଗୁଳିବିନିମୟରେ ୩୧ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି ।
ଘଟଣାସ୍ଥଳରୁ ଏ.କେ-୪୭ ରାଇଫଲ ସହ , ଏସଏଲଆର ଓ ବିସ୍ଫୋରକ ମିଳିଛି । ତେଣୁ ମାଓବାଦୀ ଆତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି । ସୁରକ୍ଷାକର୍ମୀଙ୍କ ଏହି ସଫଳତା ପରେ ଅମିତ ଶାହା ଟ୍ବିଟ କରି ସୁରକ୍ଷା କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦୨୬ ୩୧ ମାର୍ଚ୍ଚ ସୁଦ୍ଧା ଦେଶ ମାଓ ମୁକ୍ତ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ସରକାରଙ୍କ ସଂକଳ୍ପକୁ ଦୋହରାଇଛନ୍ତି । ଆହତ ସୁରକ୍ଷାକର୍ମୀଙ୍କୁ ଏୟାରଲିଫଟ କରାଯାଇଛି ।
ଗତମାସରେ ଛତିଶଗଡରେ ବଡ ମାଓ ଅପରେସନ ହୋଇଥିଲା । ଓଡିଶା-ଛତିଶଗଡ ସୀମାରେ ବି ଅନେକ ମାଓବାଦୀ ପ୍ରାଣ ହରାଇଥିଲେ । ଗରିଆବନ୍ଧ ଏନକାଉଣ୍ଟରରେ ବଡ ମା ଓ ନେତା ଚେଲାପତି ବି ପ୍ରାଣ ହରାଇଥିଲା । ଛତିଶଗଡରେ ମାଓ ନିପାତ ଅଭିଯାନକୁ ଜୋରଦାର କରାଯାଇଥିବାରୁ ମାଓ ସଙ୍ଗଠନଗୁଡିକ ମଧ୍ୟରେ ଛନକା ପଶିଛି ।