ଛତିଶଗଡର ମର୍ମନ୍ତୁଦ ଦୁର୍ଘଟଣା : ୫୦ ଫୁଟ୍ ଖାଇକୁ ଖସିଲା ବସ୍, ୧୨ ମୃତ
ନୂଆଦିଲ୍ଲୀ ୧୦।୦୪: ମଙ୍ଗଳବାର ଛତିଶଗଡର ଦୁର୍ଗ ଜିଲ୍ଲାର ଏକ ଖଣିରେ ଏକ ବସ୍ ଖସିପଡିଛି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ କୁମହାରି ପୋଲିସ ଷ୍ଟେସନ ପରିସରରେ ଥିବା ଖାପରି ଗ୍ରାମ ନିକଟ ମୁରମର ୫୦ ଫୁଟ ଗଭୀର ଖଣିରେ ବସ୍ ଖସିଯିବା ପରେ ଗାଡିରେ ଯାତ୍ରା କରୁଥିବା ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୮ ଜଣ ଆହତ ହୋଇଥିଲେ।#WATCH | Chhattisgarh: 11 people have been killed and several others are injured after a bus full of workers overturned in a mine in Durg. The process of evacuating the people trapped in the bus is underway. Further details awaited: Police pic.twitter.com/0zfOphjhtI— ANI MP/CG/Rajasthan (@ANI_MP_CG_RJ) April 9, 2024ସେ କହିଛନ୍ତି ଯେ କୁମହାରୀ ଅଞ୍ଚଳରେ ଅବସ୍ଥିତ କେଡିଆ ଡିଷ୍ଟିଲେରୀଜ୍ ବସ୍ କର୍ମଚାରୀଙ୍କୁ ନେଇ ବାହାରିଥିଲା। ବସ୍ରେ ପ୍ରାୟ ୪୫ ଜଣ କର୍ମଚାରୀ ଥିଲେ । ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ରାତି ୮.୩୦ ସମୟରେ ବସଟି ଖପରି ଗ୍ରାମ ନିକଟରେ ନିୟନ୍ତ୍ରଣକୁ ହରାଇ ଖଣିକୁ ଖସିପଡିଥିଲା। ପୋଲିସର ସୂଚନାନୁସାରେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳକୁ ପୋଲିସ ଟିମ୍ ପଠାଯାଇଥିଲା
ନୂଆଦିଲ୍ଲୀ ୧୦।୦୪: ମଙ୍ଗଳବାର ଛତିଶଗଡର ଦୁର୍ଗ ଜିଲ୍ଲାର ଏକ ଖଣିରେ ଏକ ବସ୍ ଖସିପଡିଛି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ପୋଲିସ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ କୁମହାରି ପୋଲିସ ଷ୍ଟେସନ ପରିସରରେ ଥିବା ଖାପରି ଗ୍ରାମ ନିକଟ ମୁରମର ୫୦ ଫୁଟ ଗଭୀର ଖଣିରେ ବସ୍ ଖସିଯିବା ପରେ ଗାଡିରେ ଯାତ୍ରା କରୁଥିବା ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୮ ଜଣ ଆହତ ହୋଇଥିଲେ।
#WATCH | Chhattisgarh: 11 people have been killed and several others are injured after a bus full of workers overturned in a mine in Durg. The process of evacuating the people trapped in the bus is underway. Further details awaited: Police pic.twitter.com/0zfOphjhtI— ANI MP/CG/Rajasthan (@ANI_MP_CG_RJ) April 9, 2024
ସେ କହିଛନ୍ତି ଯେ କୁମହାରୀ ଅଞ୍ଚଳରେ ଅବସ୍ଥିତ କେଡିଆ ଡିଷ୍ଟିଲେରୀଜ୍ ବସ୍ କର୍ମଚାରୀଙ୍କୁ ନେଇ ବାହାରିଥିଲା। ବସ୍ରେ ପ୍ରାୟ ୪୫ ଜଣ କର୍ମଚାରୀ ଥିଲେ । ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ରାତି ୮.୩୦ ସମୟରେ ବସଟି ଖପରି ଗ୍ରାମ ନିକଟରେ ନିୟନ୍ତ୍ରଣକୁ ହରାଇ ଖଣିକୁ ଖସିପଡିଥିଲା। ପୋଲିସର ସୂଚନାନୁସାରେ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳକୁ ପୋଲିସ ଟିମ୍ ପଠାଯାଇଥିଲା ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସେ କହିଛନ୍ତି ଯେ ମୃତଦେହ ଓ ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଛି ଏବଂ ଖଣିରୁ ବସ୍ ବାହାର କରିବାକୁ ଉଦ୍ୟମ ଚାଲିଛି।
ଏହି ଦୁର୍ଘଟଣାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। 'ଏକ୍ସ'ରେ ଲେଖିଛନ୍ତି,' ଦୁର୍ଗର କୁମହାରୀ ନିକଟରେ ଏକ ଘରୋଇ କମ୍ପାନୀର କର୍ମଚାରୀଙ୍କ ବସ୍ ଦୁର୍ଘଟଣା ସମ୍ପର୍କରେ ଦୁଃଖଦ ସୂଚନା ମିଳିଥିଲା। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ବିଦାୟ ପ୍ରାପ୍ତ ଆତ୍ମାଙ୍କୁ ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ । ଦୁର୍ଘଟଣାରେ ଆହତ କର୍ମଚାରୀଙ୍କ ଚିକିତ୍ସା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ବଗବାନଙ୍କ ନିକଟରେ କାମନା କରୁଛି।