ଛତିଶଗଡ଼ ପୂର୍ବତନ CMଙ୍କ ପୁଅ ଗିରଫ, ଚୈତନ୍ୟଙ୍କ ଜନ୍ମଦିନରେ ବାସଭବନରୁ ଧରିଲା ଇଡି

ଛତିଶଗଡ଼ ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲ ଗିରଫ କରିଛି ଇଡି । ଭିଲାଇସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି । ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇଡି ଆଜି ସକାଳେ ଭୂପେଶ ବାଘେଲଙ୍କ ଘରେ ଚଢାଉ କରିଥିଲା । କଥିତ ମଦ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ କରାଯାଇଛି । ଆଜି ଚୈତନ୍ୟଙ୍କ ଜନ୍ମଦିନ ମଧ୍ୟ ।କୁହାଯାଉଛି ଯେ ମଦ ଦୁର୍ନୀତି ମାମଲାରେ ନୂତନ ପ୍ରମାଣ ପାଇବା ପରେ, ଇଡି ଚୈତନ୍ୟଙ୍କୁ PMLA ଅଧୀନରେ ଗିରଫ କରିଛି । ଶୁକ୍ରବାର ସକାଳେ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଭିଲାଇ ଘରେ ଇଡି ଚଢାଉ କରିଥିଲା । ଇଡି ଦଳ ସକାଳ ପ୍ରାୟ ସାଢ଼େ ୬ଟାରେ ତିନୋଟି ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚିଥିଲା । CRPF ର ସୁରକ୍ଷା ବଳୟରେ ଘରର ତଲାସୀ ଆରମ୍ଭ କରାଯାଇଥିଲା। आज मेरे बेटे को उसके जन्मदिन पर गिरफ्तार किया गया है.पहले कवासी लखमा को टारगेट किया, देवेंद्र यादव को टारगेट किया और अब वे मेरे बेटे को निशाना बना रहे हैं, ताकि कोई अडानी के खिलाफ आवाज न उठा सके.हम न डरेंगे, न झुकेंगे. pic.twitter.com/QPd49BjLKo— Bhupesh Baghel (@bhupeshbaghel) July 18, 2025ସୂଚନା ଥାଉକି, ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପର

ଛତିଶଗଡ଼ ପୂର୍ବତନ CMଙ୍କ ପୁଅ ଗିରଫ, ଚୈତନ୍ୟଙ୍କ ଜନ୍ମଦିନରେ ବାସଭବନରୁ ଧରିଲା ଇଡି

ଛତିଶଗଡ଼ ୧୮/୦୭: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ । ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲ ଗିରଫ କରିଛି ଇଡି । ଭିଲାଇସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଛି । ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ ଏପରି ଏକ ସମୟରେ ହୋଇଛି ଯେତେବେଳେ ଇଡି ଆଜି ସକାଳେ ଭୂପେଶ ବାଘେଲଙ୍କ ଘରେ ଚଢାଉ କରିଥିଲା । କଥିତ ମଦ ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ବାଘେଲଙ୍କ ଏହି ଗିରଫଦାରୀ କରାଯାଇଛି । ଆଜି ଚୈତନ୍ୟଙ୍କ ଜନ୍ମଦିନ ମଧ୍ୟ ।

କୁହାଯାଉଛି ଯେ ମଦ ଦୁର୍ନୀତି ମାମଲାରେ ନୂତନ ପ୍ରମାଣ ପାଇବା ପରେ, ଇଡି ଚୈତନ୍ୟଙ୍କୁ PMLA ଅଧୀନରେ ଗିରଫ କରିଛି । ଶୁକ୍ରବାର ସକାଳେ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟଙ୍କ ଭିଲାଇ ଘରେ ଇଡି ଚଢାଉ କରିଥିଲା । ଇଡି ଦଳ ସକାଳ ପ୍ରାୟ ସାଢ଼େ ୬ଟାରେ ତିନୋଟି ଗାଡ଼ିରେ ଘଟଣାସ୍ଥଳରେ ପହଞ୍ଚିଥିଲା । CRPF ର ସୁରକ୍ଷା ବଳୟରେ ଘରର ତଲାସୀ ଆରମ୍ଭ କରାଯାଇଥିଲା। 


ସୂଚନା ଥାଉକି, ଇଡି ଦଳ ଚଢାଉ ପାଇଁ ପହଞ୍ଚିବା ପରେ ଭୂପେଶ ବଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ତାଙ୍କ ପୁଅକୁ 'ଜନ୍ମଦିନର ଉପହାର' ମିଳିଛି । ଅନ୍ୟପକ୍ଷରେ, ଇଡି ଚଢାଉ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଭୂପେଶ ବାଘେଲଙ୍କ ସମର୍ଥକମାନେ ତାଙ୍କ ଘର ବାହାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୁଲିସ ଓ ଭୂପେଶଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି ।

ଛତିଶଗଡ଼ରେ ଅବକାରୀ ଦୁର୍ନୀତିକୁ ନେଇ ଇଡିର ତଦନ୍ତରୁ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ଜଣାପଡ଼ିଛି ଯେ, ରାଜ୍ୟରେ ବେଆଇନ ମଦ କାରବାର ସିଣ୍ଡିକେଟ୍ କାର୍ଯ୍ୟ କରୁଥିଲା, ଯେଉଁଥିରେ ଅନୱର ଧେବର, ଅନିଲ ଟୁଟେଜା ଏବଂ ଅନେକ ଲୋକ ସାମିଲ ଥିଲେ । ଏହି ଦୁର୍ନୀତିରୁ ପ୍ରାୟ ୨୧୬୧ କୋଟି ଟଙ୍କାର ବେଆଇନ ଆୟ ହୋଇଥିଲା । 

ଇଡିର ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ତତ୍କାଳୀନ ଅବକାରୀ ମନ୍ତ୍ରୀ ଥିବା କୱାସି ଲଖମାଙ୍କୁ ଏହି ଦୁର୍ନୀତିରୁ ପ୍ରତି ମାସରେ ବିପୁଳ ପରିମାଣର ନଗଦ ଦିଆଯାଉଥିଲା । ଏହି ପରିମାଣ ଦୁର୍ନୀତିରୁ ହେଉଥିବା ଆୟରୁ ଦିଆଯାଇଥିଲା । ଏହି ଦୁର୍ନୀତିରେ ଚୈତନ୍ୟଙ୍କ ନାମ ସାମ୍ନାକୁ ଆସିବାରୁ ପଚରାଉଚରା ପାଇଁ ତାଙ୍କୁ ଉଠାଇ ନେଇଛି ପୁଲିସ ।