ଛତିଶଗଡ଼ର ବଳରାମପୁରରେ ପୋଖରିକୁ କାର୍ ଖସି ୮ ମୃତ
ରାୟପୁର: ଛତିଶଗଡର ବଳରାମପୁର ଜିଲ୍ଲାରେ ରାତି ସମୟରେ ଏକ କାର୍ ପୋଖରିକୁ ଖସି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଏସ୍ୟୁଭିରେ ମୋଟ ୮ ଜଣ ଯାତ୍ରା କରୁଥିଲେ ଏବଂ ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ରାଜପୁର ଥାନା ଅନ୍ତର୍ଗତ ବୁଢ଼ା ବଗିଚା ରାସ୍ତାର ଲାଡୁଆ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ସଞ୍ଜୟ ମୁଣ୍ଡା (୩୫), ତାଙ୍କ ପତ୍ନୀ ଚନ୍ଦ୍ରାବତୀ (୩୫), ଝିଅ କୀର୍ତ୍ତି […]

ରାୟପୁର: ଛତିଶଗଡର ବଳରାମପୁର ଜିଲ୍ଲାରେ ରାତି ସମୟରେ ଏକ କାର୍ ପୋଖରିକୁ ଖସି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ କହିଛି ଯେ ଦୁର୍ଘଟଣାର ଶିକାର ହୋଇଥିବା ଏସ୍ୟୁଭିରେ ମୋଟ ୮ ଜଣ ଯାତ୍ରା କରୁଥିଲେ ଏବଂ ସମସ୍ତଙ୍କର ମୃତଦେହ ଉଦ୍ଧାର ହୋଇଛି। ରାଜପୁର ଥାନା ଅନ୍ତର୍ଗତ ବୁଢ଼ା ବଗିଚା ରାସ୍ତାର ଲାଡୁଆ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ସଞ୍ଜୟ ମୁଣ୍ଡା (୩୫), ତାଙ୍କ ପତ୍ନୀ ଚନ୍ଦ୍ରାବତୀ (୩୫), ଝିଅ କୀର୍ତ୍ତି (୮), ମଙ୍ଗଳ ଦାସ (୧୯), ଭୂପେନ୍ଦ୍ର ମୁଣ୍ଡା (୧୮), ବେଲେଶ୍ୱର (୧୮) , ଉଦୟନାଥ (୨୦) ଓ ଡ୍ରାଇଭର ମୁକେଶ ଦାସ (୨୬)। ମୃତକମାନେ ଲାରିମା (ବଳରାମପୁର)ରୁ ପଡ଼ୋଶୀ ସୁରଜପୁର ଜିଲ୍ଲା ଅଭିମୁଖେ ଯାଉଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ଡ୍ରାଇଭର ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ହେବାପରେ ନିୟନ୍ତ୍ରଣ ହରାଇଥିଲେ ଏବଂ ଏସ୍ୟୁଭିଟି ରାସ୍ତାରୁ ଏକ ପୋଖରିକୁ ଖସି ପଡ଼ିଥିଲା। ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶନିବାର ରାତିରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଶନିବାର ରାତିରେ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରବିବାର ସକାଳେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।