ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ଭୃଗୁ ବକ୍ସିପାତ୍ର

ଛତ୍ରପୁର,୭ା୪(ଦିଲ୍ଲୀପ ସାମଲ): ବିଜେଡି ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା, ହୁମ୍ମା, ଗଞ୍ଜାମ ଏବଂ ଛତ୍ରପୁର ସହରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହା ସହିତ ଗଞ୍ଜାମ ଜିଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀଠାରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର l ରମ୍ଭା, ଗଞ୍ଜାମ ଏବଂ ଛତ୍ରପୁର ସହରରେ ସହ ସହ […] The post ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ଭୃଗୁ ବକ୍ସିପାତ୍ର appeared first on Dharitri Odia News.

ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ଭୃଗୁ ବକ୍ସିପାତ୍ର

ଛତ୍ରପୁର,୭ା୪(ଦିଲ୍ଲୀପ ସାମଲ): ବିଜେଡି ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମ୍ଭା, ହୁମ୍ମା, ଗଞ୍ଜାମ ଏବଂ ଛତ୍ରପୁର ସହରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହା ସହିତ ଗଞ୍ଜାମ ଜିଲାର ଛତ୍ରପୁର ନିର୍ବାଚନ ମଣ୍ଡଳୀଠାରୁ ନିଜର ପ୍ରଚାର ଆରମ୍ଭ କରିଛନ୍ତି ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର l ରମ୍ଭା, ଗଞ୍ଜାମ ଏବଂ ଛତ୍ରପୁର ସହରରେ ସହ ସହ ବାଇକ୍‌ ଯୋଗେ ଶୋଭାଯାତ୍ରାରେ ବୁଲି ପ୍ରଚାର ଆରମ୍ଭ କରିଛନ୍ତି ଉଭୟ ବ୍ରହ୍ମପୁର ଏମ୍‌ପି ପ୍ରତିନିଧି ଭୃଗୁ ବକ୍ସିପାତ୍ର ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା l ଛତ୍ରପୁର ସହରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୁତି ଗୋପାଳପୁରଠାରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦ୍‌ଘାଟନ କରାଯାଇଥିଲା। ପରେ ଛତ୍ରପୁରରେ ଆୟୋଜିତ ଏକ ସଭାରେ ଯୋଗ ଦେଇ ବିଜେଡିର ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟ ଯୁକ୍ତ କରିବା ପାଇଁ ଏମ୍‌ପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କରାଯାଇଛି। ଏଣୁ ପୁଣି ଥରେ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଉଭୟ ଏମ୍‌ପି ଓ ବିଧାୟକ ପ୍ରାର୍ଥୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

The post ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ଭୃଗୁ ବକ୍ସିପାତ୍ର appeared first on Dharitri Odia News.