ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର

ବ୍ରାହ୍ମଣୀଗାଁ,୨୪।୯:ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ନିତିଦିନିଆ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଯାଉଥିବା ଲୋକେ ଖରା ଓ ବର୍ଷା ଦାଉରୁ ମୁକ୍ତି ପାଇବା ପାଇଁ ବିଶ୍ରାମାଗାରରେ ଟିକେ ଆଶ୍ରୟ ନିଅନ୍ତି। ବ୍ରାହ୍ମଣୀଗାଁରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତା ୧୨୦ କି.ମି ହେବ। […] The post ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର appeared first on Dharitri Odia News.

ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର

ବ୍ରାହ୍ମଣୀଗାଁ,୨୪।୯:ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମାଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ନିତିଦିନିଆ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଯାଉଥିବା ଲୋକେ ଖରା ଓ ବର୍ଷା ଦାଉରୁ ମୁକ୍ତି ପାଇବା ପାଇଁ ବିଶ୍ରାମାଗାରରେ ଟିକେ ଆଶ୍ରୟ ନିଅନ୍ତି।

ବ୍ରାହ୍ମଣୀଗାଁରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ରାସ୍ତା ୧୨୦ କି.ମି ହେବ। ବଡ଼ ଶଙ୍ଖ ଛକ କଡ଼ରେ ଏକ ମାତ୍ର ଯାତ୍ରୀ ବିଶ୍ରାମାଗାର ଥିବାବେଳେ ଏହାକୁ କିରାମାହା, ନୂଆଗାଁ , କିନାରୀ ଗାଁ, ଗଡମାହା, ବାଘପଦା, କୁଟଲାରି ଗାଁ ଏବଂ ସାଙ୍ଗଡ଼ମା ଭଳି ୭ ଗୋଟି ଗ୍ରାମର ଲୋକେ ବ୍ରହ୍ମପୁରକୁ ଯିବାକୁ ହେଲେ ଏଠାରେ ଥିବା ବିଶ୍ରାମଗାରରେ ବସକୁ ଅପେକ୍ଷା କରୁଥାଆନ୍ତି ।

ରକ୍ଷଣବେକ୍ଷଣର ଅଭାବ ଯୋଗୁ ଏହି ବିଶ୍ରାମାଗାର ଆଗରେ ଘଞ୍ଚ ଲୋଟା ବୁଦାରେ ପରିପୂର୍ଣ୍ଣ ହୋଇ ଏବେ ଗାଈ ଗୋରୁ ଏବଂ ମଦୁଆମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାତ୍ରୀ ବିଶ୍ରାମାଗାରର କାନ୍ଥ, ଛାତ ସବୁ ଭଙ୍ଗା ଅବସ୍ଥାରେ ରହିଥିବାରୁ ଏଠାରେ କେହି ଯାତ୍ରୀ ବିଶ୍ରାମ ନେବା ପାଇଁ ଇଛା କରୁ ନ ଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ବିତିଯାଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ଏହି ଯାତ୍ରୀ ବିଶ୍ରାମାଗାରର ନବୀକରଣ କରିବାକୁ ପଦକ୍ଷେପ ନେଇନାହାନ୍ତି। ନୂଆ ସରକାର ଆସିବା ପରେ ଲୋକେ ଏହି ଯାତ୍ରୀ ବିଶ୍ରାମାଗାରଟି ପୁନଃଉଦ୍ଧାର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଅଞ୍ଚଳବାସୀ ପ୍ରଶାସନକୁ ଅଞ୍ଚଳରେ ଥିବା ସମସ୍ତ ଯାତ୍ରୀ ବିଶ୍ରାମାଗାରମାନଙ୍କୁ ଅବସ୍ଥା ସୁଧାରିବାକୁ ଅନୁରୋଧ କରିଛନ୍ତି।

The post ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର appeared first on Dharitri Odia News.